Latest Odisha News

BREAKING NEWS

ଜୁଏଲାରୀ ଡ଼ିଜାଇନିଂରେ ନିଜ କ୍ୟାରିଅର ଗଢିବାକୁ ଚାହୁଁଛନ୍ତି କି, ଜାଣନ୍ତୁ କ’ଣ ରହିଛି ସ୍କୋପ 

ଭୁବନେଶ୍ୱର: ଆଜିର ସମୟରେ ବିଭିନ୍ନ କ୍ଷେତ୍ରରେ ରୋଜଗାରର ପନ୍ଥା ମାନ ରହୁଛି। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ପସନ୍ଦ ଓ ସୁବିଧା ଅନୁସାରେ ନିଜର କ୍ୟାରିଅର ବାଛୁଛନ୍ତି।

ତେବେ ଅଳଙ୍କାର ହେଉଛି ଏପରି ଏକ ଜିନିଷ, ଯାହାକି ଆମକୁ ସର୍ବଦା ଖୁସି ଦେଇଥାଏ । ଅନେକ ଏହାକୁ ନିବେଶର ଏକ ଗୁରୁତ୍ବପୂର୍ଣ ମାଧ୍ୟମ ବୋଲି ଭାବିଥାନ୍ତି । ଭାରତୀୟ ମହିଳାଙ୍କ କ୍ଷେତ୍ରରେ ସୁନା, ରୂପା ଏବଂ ହୀରା ଗହଣା ପ୍ରତି କେଉଁ କାଳରୁ ଦୁର୍ବଳତା ରହିଆସିଛି । ବିଶ୍ଵର ଏକ ପ୍ରମୁଖ ସୁନାବ୍ୟବହାରୀ ରାଷ୍ଟ୍ର ଭାବେ ଭାରତ ଜଣାଶୁଣା ।

ଏହି ଶିଳ୍ପ ବୃହତ୍ ମାତ୍ରାରେ  ନିଯୁକ୍ତି ମଧ୍ୟ ପ୍ରଦାନ କରିଥାଏ । ପୂର୍ବେ ପାରମ୍ପରିକ କାରିଗରମାନେ ଗହଣା ଡିଜାଇନ୍ କ୍ଷେତ୍ରରେ ନିଯୋଜିତ ରହୁଥିଲେ । ବର୍ତ୍ତମାନ କିନ୍ତୁ ସମୟ ସମ୍ପୂର୍ଣ ପରିବର୍ତ୍ତନ ହୋଇଯାଇଛି । ଏହା ଏକ ଆକର୍ଷଣୀୟ ପେଷାରେ ବଦଳିଯାଇଛି । ଅନେକ ମାତ୍ରାରେ ଯୁବପିଢି ଜୁଏଲେରି ଡିଜାଇନ୍ କୋର୍ସ କରି ପ୍ରଫେସନାଲ ଜୁଏଲେରି ଡିଜାଇନର ଭାବେ ନିଜର ପରିଚୟ ସୃଷ୍ଟି କରୁଛନ୍ତି । ଗହଣା ବଜାର ଦିନକୁ ଦିନ ବଢୁଥିବାବେଳେ ପ୍ରଫେସନାଲ ଜୁଏଲେରି ଡିଜାଇନରମାନଙ୍କ ଚାହିଦା ବ୍ୟାପକ ହୋଇଛି । ଏକ ଆକର୍ଷଣୀୟ ଭବିଷ୍ୟତ ଚାହୁଁଥିବା ଯୁବପିଢି ଏହାକୁ କ୍ୟାରିୟର କରି ନିଶ୍ଚିତ ସଫଳ ହୋଇପାରିବେ ।

କଣ ଯୋଗ୍ୟତା ଦରକାର:

ଜଣେ ପେଷାଦାର ଗହଣା ଡିଜାଇନର ହେବା ପାଇଁ ଜୁଏଲେରି ଡିଜାଇନିଂ ରେ ଡିଗ୍ରୀ ରହିଥିବା ଦରକାର । କିଛି ନୂଆ କରିବାକୁ ଚାହୁଁଥିବା ତଥା ଆଟିଷ୍ଟିକ୍ ଭାବନା ରହିଥିବା ଯୁବପିଢି ଏହାକୁ କ୍ୟାରିୟର କରିପାରିବେ ।

ଏହି କୋର୍ସରେ ଆପଣଙ୍କୁ ବିଭିନ୍ନ ପ୍ରକାର ରତ୍ନପଥର, କଲର କୋଡିଂ, ପଲିସିଂ ଏବଂ ଫିନିସିଂ, ପ୍ରେଜେଣ୍ଟେସନ ଏବଂ ଫ୍ରେମିଂ, ଡ୍ରଇଙ୍ଗ ଟେକନିକ୍ , ଅର୍ନାମେଣ୍ଟ ମେକିଂ ଏବଂ ଡିଜାଇନିଂ ଉପରେ ଞାନ ପ୍ରଦାନ କରାଯାଇଥାଏ । ଏହା ସହିତ ସ୍ଵତନ୍ତ୍ର ଦକ୍ଷତା ଯେପରି ଇଲେକ୍ତ୍ରୋପ୍ଳେଟିନ, ମେଟାଲ କଲରିଂ, ଆନୋଡାଇଜିଂ, ଏନାମେଲିଂ, ଷ୍ଟୋନ ସେଟିଂ ଏବଂ ସିଲ୍ ଭରସ୍ମିଥିଂ ଆଦି ପ୍ରଦାନ କରାଯାଇଥାଏ ।

ଭାରତରେ ବିଭିନ୍ନ ସ୍ଥାନରେ ଅନେକ ଶିକ୍ଷାନୁଷ୍ଠାନ ଜୁଏଲେରି ଡିଜାଇନିଂରେ ପାଠ୍ୟକ୍ରମ ପ୍ରଦାନ କରୁଛନ୍ତି । ଜୁଏଲେରୀ  ଡିଜାଇନିଂରେ ଡିପ୍ଲୋମା, ଡିଗ୍ରୀ ଏବଂ ସାଟିଫିକେର୍ଟ କୋର୍ସ କରିବା ପାଇଁ ଜଣେ କୌଣସି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଯେକୌଣସି ଷ୍ଟ୍ରିମରେ ଯୁକ୍ତ ଦୁଇ ପାସ କରିଥିବା ଦରକାର ।

ଦଶମ ପାସ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଅନେକ ସ୍ୱଳ୍ପମିଆଦ କୋର୍ସ ମଧ୍ୟ ପ୍ରଦାନ କରା ଯାଉଛି । ଏହି କୋର୍ସରେ ଯୋଗଦେବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କର ଏକ ଇଣ୍ଟରଭ୍ୟୁ ସହିତ ଆପ୍ଲିଚୂଡ଼୍ ଟେଷ୍ଟ ନିଆଯାଇଥାଏ ।

ୱକିଂ ପ୍ରଫେସନାଲ କିମ୍ବା ଛାତ୍ରଛାତ୍ରୀଙ୍କ ପାଇଁ କ୍ରାସ କୋର୍ସ ମଧ୍ୟ ଉପଲବ୍ଧ କରାଯାଇଥାଏ । ବିଭିନ୍ନ ଟେକ୍ଣିକାଲ ସ୍କୁଲ ମାଧ୍ୟମରେ ଏହି କ୍ଷେତ୍ରରେ ତାଲିମ ମଧ୍ୟ ପ୍ରଦାନ କରାଯାଇଥାଏ । ରାଇନୋ, ଜୁଏଲ୍ କାଡ୍, ଅଟୋ  କାଡ୍, ୩ଟି ଷ୍ଟୂଡିଓ ଆଦି ସ୍ଵତନ୍ତ୍ର ସପ୍ଟୱେର ପ୍ୟାକେଜ୍ ମାଧ୍ୟମରେ କମ୍ପୁଟରଭିତ୍ତିକ ଜୁଏଲେରି ଡିଜାଇନିଂ ତାଲିମ ପ୍ରଦାନ କରାଯାଇଥାଏ ।  ଜୁଏଲେରି ଡିଜାଇନିଂ ସିଲାବସ୍ କ୍ଷେତ୍ରରେ ଫଟୋସପ୍, କୋରେଲ ଡ୍ର ଏବଂ ଭଲୁମ ୱେଟ ଏବଂ ମେଟାଲ କମ୍ପୋଜିସନ ଉପରେ ଜ୍ଞାନ ପ୍ରଦାନ କରାଯାଇଥାଏ ।

ଏହି କୋର୍ସର ଅବଧି ୩-୬ ମାସରୁ ୨-୩ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଏହି କୋର୍ସରେ ନାମ ଲେଖାଇବା ପାଇଁ ସର୍ବନିମ୍ନ ବୟସ ୧୫ ବର୍ଷ ହୋଇଥିବା ଦରକାର । ଅନେକ ଶିକ୍ଷାନୁଷ୍ଠାନ ସ୍ଵତନ୍ତ୍ର କର୍ମଶାଳାର ମଧ୍ୟ ଆୟୋଜନ କରିଥାନ୍ତି ।

ବ୍ୟକ୍ତିଗତ ଦକ୍ଷତା:

ଜୁଏଲେରୀ  ଡିଜାଇନିଂ କରିବା ପାଇଁ ଚାହୁଁଥିବା ଛାତ୍ରଛାତ୍ରୀଙ୍କର ଡିଜାଇନ ଉପରେ ସାଧାରଣ ଜ୍ଞାନ ରହିଥିବା ଦରକାର । ଡ୍ରଇଂ ସ୍କିଲ ରହିବା ରହିବା ଦରକାର, ଯାହାଦ୍ଵାରା ନୂଆ ନୂଆ ଡିଜାଇନ୍ ର କଳ୍ପନା କରିବା ସହଜ ହୋଇଥାଏ । ମାନୁପ୍ୟାକ୍ଚରିଂ, ବିଭିନ୍ନ ଧାତୁ ଏବଂ ରତ୍ନ ପଥର ଉପରେ ଧାରଣା ଓ ଗହଣାର ନିର୍ମାଣ ଖର୍ଚ୍ଚ ଆକଳନ କରିବାର ଦକ୍ଷତା ରହିଥିବା ଦରକାର ।

କଣ ରହିଛି ନିଯୁକ୍ତି ସୁଯୋଗ:

ଡିଜାଇନିଂ, ମାନୁପ୍ୟାକ୍ଚରିଂ ଏବଂ ମାର୍କେଟିଙ୍ଗ ଆଦି ତିନୋଟି କାର୍ଯ୍ୟ ଏହି କ୍ଷେତ୍ରରେ ହୋଇଥାଏ । ଜଣେ ଡିଜାଇନର ଭାବେ ଆପଣ ଏହି କ୍ଷେତ୍ରରେ ଯୋଗ ଦେଇପାରିବେ । ମାନୁପ୍ୟାକ୍ଚରିଂ କିମ୍ବା ରିଟେଲିଂ ବିଭାଗରେ ମଧ୍ୟ ଯୋଗ ଦେଇପାରିବେ । ଏହା ଛଡା ଜେମୋଲୋଜିକୁ ବାଛି ବିଭନ୍ନ ମୂଲ୍ୟବାନ ରତ୍ନପଥର ଏବଂ ହୀରାର ଗ୍ରେଡିଂ କରାଯାଇପାରିବ ।

ଜଣେ ଡିଜାଇନର ପେନ ପେପର ହେଉ କିମ୍ବା କମ୍ପୁଟର ଏହା ମାଧ୍ୟମରେ ଜୁଏଲେରିର ସ୍କେଚ ତିଆରି କରିଥାନ୍ତି । ଗ୍ରାହକ କିମ୍ବା  ମାନୁପ୍ୟାକ୍ଚରିଂ ଟିମ୍ ସହ ପରାମର୍ଶ କରିବା ପରେ ଡିଜାଇନର ଡ୍ରଇଂ, ଷ୍ଟକ୍ଚଲାର ମଡେଲ, କମ୍ପୁଟର ଷ୍ଟିମୁଲେସନ କିମ୍ବା ଏକ ଫୁଲ – ସ୍କେଲ ପ୍ରୋଟୋଟାଇପ୍ ବନାଇଥାନ୍ତି । ଏକ ଦୃଢ କାର୍ଯ୍ୟ ପୋର୍ଟଫୋଲିଓ ବଣାଇ ଆପଣ ଉନ୍ନତ ନିଯୁକ୍ତି ପାଇପାରିବେ । ଶିକ୍ଷାଗତ ନିଯୁକ୍ତି ତୁଳନାରେ ଏଠାରେ ଦକ୍ଷତାକୁ ଅଧିକ ଗୁରୁତ୍ଵ ଦିଆଯାଇଥାଏ ।

ଜୁଏଲେରୀ  ଡିଜାଇନିଂ ଗ୍ରାଜୁଏଟ୍ ମାନଙ୍କ ଚାହିଦା ଭାରତ ଏବଂ ଭାରତ ବାହାରେ ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି । ଜୁଏଲେରୀ ଡିଜାଇନିଂ କୋର୍ସ ସଫଳତା ସହ ଉତ୍ତିର୍ଣ ହେବାପରେ ଜଣେ ବିଭିନ୍ନ ଗହଣା ନିର୍ମାତା, ଡିଜାଇନିଂ ହାଉସ୍ , ଏକ୍ସପୋର୍ଟ ହାଉସ୍ ଏବଂ ନାକ୍ଷତ୍ର, ତନିଷ୍କ ଡି- ତମାସ, ଗିଲି, ତ୍ରିଭୁବନଦାସ ଭୀମଜୀ କବେରୀ ଆଦି ଗହଣା ବ୍ରାଣ୍ଡରେ କାର୍ଯ୍ୟ କରିପାରିବେ । ଜଣେ ମଧ୍ୟ ନିଜର ଏକ ଡିଜାଇନ୍ ଷ୍ଟୂଡିଓ ଏବଂ ୱାର୍କସପ କରିପାରିବେ । ଏକ ଫ୍ରିଲାନ୍ସ ଡିଜାଇନର ଭାବେ ମଧ୍ୟ ଆପଣ କାର୍ଯ୍ୟ କରିପାରିବେ ।

ଦରମା…

ଭାରତ ଏବଂ ଭାରତ ବାହାରେ ଜୁଏଲେରି ଡିଜାଇନିଂ କ୍ଷେତ୍ରର ଅନେକ ସୁଯୋଗ ରହିଛି । ଯୋଗ୍ୟତା,ଅଭିଞତା ଏବଂ ଦକ୍ଷତାକୁ ଦୃଷ୍ଟିରେ ରଖି ଏହି କ୍ଷେତ୍ରରେ ବେତନ ନିର୍ଧାରଣ କରାଯାଇଥାଏ ।

ଜଣେ ଟ୍ରେନିଂ ଜୁଏଲେରି ଡିଜାଇନର ମାସିକ ପ୍ରାୟ ୮୦୦୦ ରୁ ୧୦୦୦୦ ପର୍ଯ୍ୟନ୍ତ ବେତନ ଆଶା କରିପାରିବେ । କିଛି ଅଭିଜ୍ଞତା ହାସଲ କରିବା ପରେ ମାସିକ ୧୮୦୦୦ ରୁ ୨୦୦୦୦ ଟଙ୍କା ବେତନ ପ୍ରଦାନ କରାଯାଇଥାଏ । ରିଟେଲ ଷ୍ଟୋରରେ କମିଶନ ଭିତ୍ତିକ ଜଣେ କାର୍ଯ୍ୟ କରିଥାନ୍ତି । ସଂସ୍ଥାର ଆକାର ବଡ ହୋଇଥିଲେ ବେତନ ମଧ୍ୟ ଅଧିକ ହୋଇଥାଏ । ଜଣେ ଫ୍ରିଲାନ୍ସ ଜୁଏଲେରି ଡିଜାଇନର ମାସିକ ୧୦୦୦୦ ଟଙ୍କାରୁ ୩୦୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି ।

Leave A Reply

Your email address will not be published.