Latest Odisha News

BREAKING NEWS

ଗୃହ ନିର୍ମାଣ ପାଇଁ ଶ୍ରମିକ ସାଜିଲେ ବିଡିଓ

ନବରଙ୍ଗପୁର: ଶ୍ରମିକ ସାଜିଲେ ବିଡିଓ । ଗୃହ ନିର୍ମାଣ ପାଇଁ ହାତରେ ଧରିଲେ କୋଡି କୋଦାଳ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ନଜେ ଶ୍ରମିକ ସାଜିଲେ ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝୀ । ନବରଙ୍ଗପୁର ଜିଲ୍ଲାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଏକ ଗୃହ ନିର୍ମାଣ ପାଇଁ ଶ୍ରମିକ ଭାବେ କାମ କରି ସେ ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କର ଏହି ଭିଡିଓ ଏବେ ଭାଇରାଲ ହୋଇଛି ।
ସୂଚନା ଅନୁସାରେ, ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପିପାଲପଡା ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜଣେ ହିତାଧିକାରୀ, ଶ୍ରମିକଙ୍କ ଅନୁପସ୍ଥିତି ଯୋଗୁଁ ଗୃହ ନିର୍ମାଣ କାମ ଶେଷ କରିପାରିନଥିଲେ । ବିଡିଓ ଏହି ବିଷୟରେ ଜାଣିବା ପରେ ସ୍ଥାନୀୟ ପଂଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ସହ ଗାଁରେ ପହଂଚି ସେଠାରେ ଯୋଗାଣ ସହାୟକଙ୍କ ସହ ମିଶି ଶ୍ରମିକ ଭଳି କାମ କରିଥିଲେ । ବିଡିଓ ଧର୍ମରାଜ ମାଝୀଙ୍କ ଏହି କାମ ସମସ୍ତଙ୍କ ହୃଦୟ ଜିତିବା ସହ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.