Latest Odisha News

BREAKING NEWS

କ’ଣ ଆପଣଙ୍କ ଦାନ୍ତ ଦୁର୍ବଳ ହୋଇଯାଉଛି କି? ଜାଣନ୍ତୁ କାରଣ

ଭୁବନେଶ୍ୱର: ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ନିଜ ଶରୀର ଉପରେ ଧ୍ୟାନ ଦେବା ପ୍ରାୟତଃ ଆମେ ସମସ୍ତେ ଭୁଲି ଯାଉଛନ୍ତି । ଏହା ଯୋଗୁଁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି। ତା ମଧ୍ୟରୁ ଦାନ୍ତ ସମସ୍ୟା ଅନ୍ୟତମ।

କିଛି ଲୋକଙ୍କର କମ୍ ବୟସରୁ ଦାନ୍ତ ଦୁର୍ବଳ ହେବ ଆରମ୍ଭ ହୋଇ ଯାଇଥାଏ । ଅନେକ କିଛି ଜିନିଷ ଅଛି ଯାହା ଦାନ୍ତକୁ ଦୁର୍ବଳ କରିଥାଏ । ଜାଣନ୍ତୁ ସେ ସମମ୍ପର୍କରେ…

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଅତ୍ୟଧିକ ବ୍ୟାୟାମ ଦାନ୍ତକୁ ଦୁର୍ବଳ କରିପାରେ। ବ୍ୟାୟାମ ସମୟରେ ପାଟିରେ ଥିବା ଲାଳ କମ ହୋଇଯାଏ, ଯାହା ଦାନ୍ତକୁ ପ୍ରଭାବିତ କରିଥାଏ ବୋଲି ଏହି ଗବେଷଣାରୁ ଜଣାପଡିଛି।

ସବୁ ସମୟରେ ପାଟି ଧୋଇବା ଦ୍ୱାରା ଦାନ୍ତ ଉପରେ ପ୍ରଭାବ ପଡ଼ିଥାଏ । ଏହା କରିବା ଫଳରେ ଦାନ୍ତ ସଫା ହୋଇଥାଏ। ମାତ୍ର କମ୍‌ ଦିନରେ ଦୁର୍ବଳ ମଧ୍ୟ ହୋଇଯାଏ।

ଅନେକ ଲୋକ ଶୋଇବା ସମୟରେ ଦାନ୍ତରେ କାଠି କିମ୍ବା ଛୁଞ୍ଚି ପୁରାଇ ସଫା କରିଥାନ୍ତି। ଯାହା ଦାନ୍ତ ଦୁର୍ବଳ ହେବାର ଏକ ପ୍ରମୁଖ କାରଣ ।

Leave A Reply

Your email address will not be published.