Latest Odisha News

BREAKING NEWS

ଭୁବନେଶ୍ୱର ବାଲିଯାତ୍ରା ପାଇଁ କିପରି ରହିଛି ଟ୍ରାଫିକ କଟକଣା, ଜାଣନ୍ତୁ

ଭୁବନେଶ୍ବର: ଓଡିଶାର ଗୌରବମୟ ଇତିହାସକୁ ଆଜିବି ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ମଙ୍ଗଳବାର ସନ୍ଧ୍ୟାରୁ ଆଗାମୀ ୯ ଦିନ ଯାଏଁ ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ହେଉଛି ବାଲିଯାତ୍ରା ।

ମଞ୍ଚେଶ୍ୱର ଜରିପାଟଣା ଗ୍ରାମ ନିକଟସ୍ଥ କୁଆଖାଇ ନଦୀକୂଳରେ ଏହି ଯାତ୍ରାର ଆୟୋଜନ କରାଯାଇଛି । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଦ୍ବିପହର ୩ ତା ଠାରୁ ରାତି ୧୧ ତା ଯାଏଁ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବାଲିଯାତ୍ରା ସମୟରେ ମଞ୍ଚେଶ୍ୱରରୁ ବରମୁଣ୍ଡା ମଧ୍ୟରେ ଥିବା ନଦୀକୂଳରର କୌଣସି ବ୍ୟକ୍ତି ଯେପରି ନିଜ ଗାଡି ଛିଡା ନକରନ୍ତି ସେ ପ୍ରତି କମିଶନରେଟ ପୋଲିସ ଧ୍ୟାନ ଦେଇଛି ।

ପଟିଆ ଓ ନନ୍ଦନକାନନ ପଟୁ ଆସୁଥିବା ଭାରିଯାନ ତଥା ପର୍ଯ୍ୟଟକଙ୍କୁ ନେଇ ଆସୁଥିବା ବସ ଗୁଡିକୁ କୁଆଖାଇ ନଦୀବନ୍ଧ ଉପରେ ଯିବାକୁ ଅନୁମତି ମିଳିବ ନାହିଁ । ଏହା ବଦଳରେ ଗାଡି ଗୁଡିକ ପଟିଆ ଛକ ଓ ପଦ୍ମଶେଖରପୁର ଦେଇ ଯାଇପାରିବେ ।

ବାରଙ୍ଗ ଆଡୁ ଆସୁଥିବା ୨ ଚକିଆ ଓ ୪ ଚକିଆ ଯାନ ଗୁଡିକୁ ଚଳକମାନେ ବରମୁଣ୍ଡା ସ୍ଥିତ ପାଣି ଟାଙ୍କି ନିକଟରେ ପାର୍କ କରିପାରିବେ ।

ସୂଚନାଯୋଗ୍ୟ, ତୃତୀୟଥର ପାଇଁ ଭୁବନେଶ୍ବରରେ ବାଲିଯାତ୍ରା ଆୟୋଜିତ କରାଯାଇଛି । ସେଥିପାଇଁ କୁଆଖାଇ ନଦୀ ତୁଠକୁ ରଙ୍ଗୀନ ଆଲୋକମାଳାରେ ସଜା ଯାଇଛି।

Leave A Reply

Your email address will not be published.