Latest Odisha News

BREAKING NEWS

ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିଜ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ଏହି ପରିପ୍ରେକ୍ଷୀରେ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ପ୍ରଶାସନ ପକ୍ଷରୁ ଶତାଧିକ ପୋଲିସ କମୀଙ୍କ ସହ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି ।

ଭକ୍ତମାନଙ୍କୁ ସିଂହଦ୍ୱାର ମଧ୍ୟଦେଇ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିଥିଲା । ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ବ୍ୟାରିକେଡ୍ ନିର୍ମାଣ କରାଯାଇଥିବା ବେଳେ ଅନ୍ୟ ୩ ଦ୍ୱାର ଦେଇ ବାହାରକୁ ବାହାରିଥିଲେ ।

ମନ୍ଦିର ପରିସରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ସମୁଦାୟ ୫ ଜଣ ଏସପି, ୧୭ ଡିଏସପି, ୧୨ ଇନସପେକ୍ଟର, ୧୫୦ ଏସଆଇ ଓ ଏଏସଆଇଙ୍କ ସମେତ ୪୦୦ ହୋମଗାର୍ଡ ନିୟୋଜିତ କରାଯାଇଛି ।

ସେହିପରି ଯାତାୟାତ ତଥା ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଯାଇ ପୁରୀ ଜିଲ୍ଲାରେ ୩୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଆହୁରି ମଧ୍ୟ ଚନ୍ଦ୍ରଭାଗା ଓ ଅସ୍ତରଙ୍ଗରେ ପ୍ରଶାସନ ପକ୍ଷରୁ ୫ ପ୍ଲାଟୁନ୍ ପୋଲିସ ବଳ ନିୟୋଜିତ କରାଯାଇଛି ।

Leave A Reply

Your email address will not be published.