Latest Odisha News

BREAKING NEWS

ଶରୀରରେ ମୋତି ଧାରଣ କରିବା ଆଗରୁ ଜାଣି ରଖନ୍ତୁ ଏହିସବୁ କଥା

ଭୁବନେଶ୍ୱର: ସବୁ ରତ୍ନ ମଧ୍ୟରୁ ମୋତି ଟିକିଏ ଅଲଗା ଓ ସୁନ୍ଦର ଦେଖା ଯାଉଥିବାରୁ ଅନେକ ଲୋକ ଏହାକୁ ବିନା ଜ୍ୟୋତିଷ ପରାମର୍ଶରେ ଧାରଣ କରିନିଅନ୍ତି । ଧଳା ରଙ୍ଗରେ ଚମକୁଥିବା ଏହି ମୋତି ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ ।ଏହାଦ୍ୱାରା କିଛିଲୋକ ମୋତୀକୁ ଅତ୍ୟନ୍ତ ସଉକରେ ପିନ୍ଧିବା ଆରମ୍ଭ କରିଦେଇଥାନ୍ତି।

କିନ୍ତୁ ଏହା ଏକ ରତ୍ନ ହୋଇଥିବାରୁ ଏହାକୁ ଜ୍ୟୋତିଷଙ୍କ ପରାମର୍ଶ ବିନା ପିନ୍ଧିବା ଅନୁଚିତ ଅଟେ ।ଏହାଦ୍ୱାରା ଆପଣ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇପାରନ୍ତି ।

ଆପଣ ଯଦି ମୋତି ଧାରଣ କରିବାକୁ ଚାହୁଁଛନ୍ତି ତାହା ପୂର୍ବରୁ ଜାଣି ରଖନ୍ତୁ ଏହି ସବୁକଥା…

ସାଧାରଣତଃ ଅଧିକାଂଶ ଲୋକ ଯେଉଁମାନଙ୍କ କୁଣ୍ଡଳୀରେ ଚନ୍ଦ୍ରମା ଦୁର୍ବଳ ଥାଏ ସେମାନଙ୍କୁ ମୋତି ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥାଏ ।କିନ୍ତୁ ସବୁ ଲଗ୍ନର ଲୋକମାନଙ୍କ ପାଇଁ ଏପରି ହୋଇନଥାଏ ।

ଯଦି କୌଣସି ବ୍ୟକ୍ତିଙ୍କର ଚନ୍ଦ୍ରମା ଶୁଭରେ ଥାଇ ମଧ୍ୟ ସେମାନେ ଦୁର୍ବଳ ହୋଇଥାନ୍ତି ତାହେଲେ ସେହି ବ୍ୟକ୍ତି ମାନଙ୍କୁ ମୋତି ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥାଏ । ଏବଂ ମୋତି ସେମାନଙ୍କ ପାଇଁ ଲାଭଦାୟକ ହୋଇଥାଏ ।

କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ଚନ୍ଦ୍ରମା ଯଦି ୬, ୮ କିମ୍ବା ୧୨ ସ୍ଥାନରେ ରହିଥାଏ ତାହେଲେ ସେହି ବ୍ୟକ୍ତିମାନେ ମୋତି ପିନ୍ଧିବା ଦ୍ୱାରା ଲାଭବାନ ହୋଇଥାନ୍ତି।

ଯଦି ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ରମାଙ୍କର ମହାଦଶା ଚାଲିଛି ତାହେଲେ ଆପଣଙ୍କୁ ମୋତି ଧାରଣ କରିବା ନିହାତି ଆବଶ୍ୟକ ।

Leave A Reply

Your email address will not be published.