Latest Odisha News

BREAKING NEWS

ଶ୍ରୀଜଗନ୍ନାଥଙ୍କୁ ଛୁଇଁ ଅପବିତ୍ର କରିବାକୁ ଚେଷ୍ଟା କରିଥିଲେ ଏହି ମୋଗଲ ଶାସକ, ଜାଣନ୍ତୁ ସେ କିଏ?

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ମହିମା ବିଷୟରେ ଆଲୋଚନା କଲେ ତାହା ସମାପ୍ତ ହେବ ନାହିଁ । ପ୍ରତ୍ୟେକ ଭକ୍ତ ବ୍ୟକ୍ତଗତ ଭାବେ ତାଙ୍କ ମହିମା ସହ ଜଡିତ । ତେବେ ମୋଗଲମାନଙ୍କ ବାରମ୍ବାର ଆକ୍ରମଣ ଏବଂ ଶ୍ରୀଜଗନ୍ନାଥଙ୍କୁ ଅପବିତ୍ର କରିବା ଷଡଯନ୍ତ୍ରକୁ କିପରି ନିଜେ ଠାକୁର ରୋକିଥିଲେ ତାହା ନିଶ୍ଚିତ ଭାବେ ଆଲୋଚନାର ବିଷୟ । ମହାପ୍ରଭୁ ଶ୍ରୀଜଗନ୍ନାଥ କୌଣସି ପ୍ରତିମା ବା ବାହ୍ୟ କଳବେର ସହ ଜଡିତ ନୁହନ୍ତି । ସେ ଭାବ ଓ ପ୍ରେମରେ ବନ୍ଧା । ତାଙ୍କର ଥିବା ନ ଥିବା ସବୁ ସମାନ । ୧୩୬୦ ଖ୍ରୀଷ୍ଟାବ୍ଦରେ ସୁଲତାନ ଫିରୋଜ ଖାଁ ପ୍ରଥମେ ଜଗନ୍ନାଥ ମନ୍ଦିର ଆକ୍ରମଣ କରିଥିଲେ । ସେ ଜଗନ୍ନାଥଙ୍କୁ ଛୁଇଁ ଅପବିତ୍ର କରିବା ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ।

ସୁଲତାନ ଫିରୋଜ ଖାଁ ମନ୍ଦିରରେ ପାଦ ଦେଉ ଦେଉ ଆଶ୍ଚର୍ଯ୍ୟଜକନ ଭାବେ ସେ କିଛି ଦେଖି ପାରି ନ ଥିଲେ । ଅନ୍ଧପରି ସେ ସବୁଆଡେ ଦରାଣ୍ଡି ପକାଇଥିଲେ । କିଛି ସମୟ ଏହିପରି ଅବସ୍ଥାରେ ରହିବା ପରେ ବାଡ ଡେଇଁ ପଳାଇ ଯାଇଥିଲେ ବୋଲି ମାଦଳ ପାଞ୍ଜିରେ ଉଲ୍ଲେଖ ରହିଛି । ଏହା ଦେଖି ସେ ସମୟର ଗଜପତି ଭାନୁଦେବ ଖୁସି ହୋଇ ଯାଇଥିଲେ । ସେ ମେଘନାଦ ପାଚେରୀ ନିକଟରେ ଖାଲି ପଡିଥିବା ସରଘରଗୁଡିକ ଲୋକମାନଙ୍କୁ ବ୍ୟବହାର ପାଇଁ ଦେଇ ଦେଇଥିଲେ । ଏହାକୁ ଭାନୁଦେବ ଖଞ୍ଜା ମଧ୍ୟ କୁହାଯାଏ ।

୧୪୨୧ରେ ନିଶଙ୍କଭାନୁଙ୍କ ସମୟରେ ସୁଲତାନ ହୋସେନ ଘୋରି ଜଗନ୍ନାଥଙ୍କୁ ଛୁଇଁବାକୁ ଚେଷ୍ଟା କରି ସଫଳ ହୋଇପାରି ନ ଥିଲେ । ଚୈତନ୍ୟଦେବଙ୍କ ଆଗମନ ପୂର୍ବରୁ ମୁରାଥନ ଗାଜି ଇସ୍ମାଇଲ ଜଗନ୍ନାଥଙ୍କୁ ନେଇଯିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ଏହାର ଖବର ପାଇଁ ଗୋଦାବର ରାଜଗୁରୁ ହୁଳହୁଳିଆ କୂଳରୁ ପ୍ରଭୂଙ୍କୁ ଚାପରେ ବସାଇ ଚିଲିକାର କୌଣସି ସ୍ଥାନକୁ ନେଇ ଯାଇଥିଲେ । ମୁରାଥନ ହଠାତ୍ ଦେହଖରାପରେ ପଡିଥିଲେ । ଅସୁସ୍ଥ ରହିବାରୁ ସେ ଆଉ ପୁରୀ ଯାଇପାରି ନ ଥିଲେ । ଏହା ପରେ ପରେ ୧୫୨୨ ଚୈତନ୍ୟ ମହାପ୍ରଭୂ ପୁରୀ ଆସିଲା ବେଳକୁ ପ୍ରଭୁମାନେ ଫେରି ଆସିଥିଲେ । ୧୫୬୮ରେ କଳାପାହଡ ବଟମାଧବଙ୍କୁ ନେଇ ଯାଇଥିଲେ, ମାତ୍ର ଜଗନ୍ନାଥଙ୍କୁ ପାଇ ନ ଥିଲେ । ସେବକମାନେ ମନ୍ଦିର ମଧ୍ୟରେ ଜଗନ୍ନାଥଙ୍କୁ ଲୁଚାଇ ରଖିଥିଲେ ।

ସେହିପରି ଏକରାମ ଖାଁ ଜଗନ୍ନାଥଙ୍କୁ ନେବା ପାଇଁ ଛକି ରହିବାରୁ ତାଙ୍କୁ ଚଢ଼େଇଗୁହାରେ ଦୀର୍ଘ ସମୟ ଧରି ଲୁଚାଇ ରଖା ଯାଇଥିଲା । ମୋଗଲ ସାମ୍ରାଜ୍ୟର କ୍ରୁର ଶାସକ ଔରଙ୍ଗଜେବ ଜଗନ୍ନାଥଙ୍କୁ ଅପବିତ୍ର କରିବା ପାଇଁ ଜିଦ୍ ଧରିଥିଲେ । ସେ କିନ୍ତୁ ଜଗନ୍ନାଥଙ୍କୁ ଦେଖିବା ପରେ ଇଷ୍ଟଦେବତା ସମ୍ମାନ ଦେଇଥିଲେ । ଜଗନ୍ନାଥଙ୍କ ତିଳକ ଅବିକଳ ରୂପରେ ମକ୍କାର ପ୍ରଧାନ ଦେବତା ସହିତ ଜଡିତ ଅଟେ । ସେବକମାନେ ପ୍ରଭୁଙ୍କୁ ନିଜର ଅନ୍ତରଙ୍ଗ ମନେ କରୁଥିବାରୁ ଅପିବତ୍ର କରାଇ ନ ଦେବା ପାଇଁ ଯଥାସମ୍ଭବ ପ୍ରୟାସ କରିଛନ୍ତି । କିନ୍ତୁ ଆକ୍ରମଣ ପ୍ରତିହିତ ହୋଇଛି କେବଳ ପ୍ରଭୂଙ୍କ କୃପାରୁ । ଏବେ ବି ପ୍ରକୃତ ମୋଗଲ ଭାଇ ଜଗନ୍ନାଥଙ୍କୁ ଭକ୍ତି କରୁଛନ୍ତି ।

Leave A Reply

Your email address will not be published.