ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଅନୁଷ୍ଠିତ ହେଉଥିବା ୫ଟି ପର୍ଯ୍ୟାୟ ମତଦାନ ମଧ୍ୟରୁ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆସନ୍ତାକାଲି ଅର୍ଥାତ୍ ଡ଼ିସେମ୍ବର ୭ ତାରିଖରେ ୨୦ଟି ଆସନରେ ଅନୁଷ୍ଠିତ ହେବାକୁ ଯାଉଛି ୨ୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟ ଲାଗି ଗତକାଲିଠାରୁ ନିର୍ବାଚନ ପ୍ରଚାର ଶେଷ ହୋଇଛି ।
ଝାଡ଼ଖଣ୍ଡ ବିଧାନସଭାର ଯେଉଁ ୨୦ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ସେହି ଆସନ ଗୁଡ଼ିକ ହେଲା – ବାହାରଗୋରା, ଘାଟଶିଳା, ପୋଟକା, ଯୁଗସଲାଇ, ଜାମସେଦପୁର ପୂର୍ବ, ଜାମସେଦପୁର ପଶ୍ଚିମ, ଷଢେଇକଳା, ଖରସୁଆଁ, ଚାଇଁବସା, ମଝିଗାଁ, ଜଗନ୍ନାଥପୁର, ମନୋହରପୁର, ଚକ୍ରଧରପୁର, ତମାର, ମନ୍ଦାର, ଟୋର୍ପା, ଖୁଣ୍ଟି, ସିସାଇ, ସିମଡ଼େଗା ଏବଂ କୋଲେବିରା ନିର୍ବାଚନ ମଣ୍ଡଳୀ ।
जिला निर्वाचन पदाधिकारी सह उपायुक्त श्रीमती नैन्सी सहाय की अध्यक्षता में आज से तीन दिवसीय बूथ एप्प प्रशिक्षण की शुरूआत सूचना भवन सभागार में की गयी।उपायुक्त द्वारा बूथ एप्प से जुड़ी विस्तृत जानकारी चुनाव में प्रतिनियुक्त कर्मियों को दी गई।#JharkhandKaVoteParv @ceojharkhand pic.twitter.com/S9J4s3bfIk
— sveepdeoghar (@sveepdeoghar) December 5, 2019
ଡ଼ିସେମ୍ବର ୭ ତାରିଖରେ ଅନୁଷ୍ଠିତ ହେଉଥିବା ୨୦ଟି ଆସନ ମଧ୍ୟରୁ ୧୮ଟି ଆସନରେ ସକାଳ ୭ଟାରୁ ଭୋଟଗ୍ରହଣ ଅନୁଷ୍ଠିତ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିବ । ମାତ୍ର ପୂର୍ବ ଜାମସେଦପୁର ଏବଂ ପଶ୍ଚିମ ଜାମସେଦପୁର ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ସୂଚନା ପ୍ରଦାନ କରିଛନ୍ତି ।
ଏହି ୨୦ଟି ଆସନ ମଧ୍ୟରୁ ୧୬ ଆସନ ଅନୁସୂଚିତ ଜାତି (ଏସଟି) ଲାଗି ସଂରକ୍ଷଣ ରହିଥିବା ବେଳେ ଗୋଟିଏ ଆସନ ଅନୁସୂଚିତ ଉପଜାତି (ଏସସି) ଲାଗି ସଂରକ୍ଷିତ ରହିଛି ।
ରାଜ୍ୟରେ ହେଉଥିବା ଏହି ୨ୟ ପର୍ଯ୍ୟାୟ ନିର୍ବାଚନ ଲାଗି ୨୬୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଥିବା ବେଳେ ସେଥିମଧ୍ୟରେ ୨୯ ଜଣ ମହିଳା ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରିବେ ।
ପୂର୍ବ ଜାମସେଦପୁର ଏବଂ ପଶ୍ଚିମ ଜାମସେଦପୁର ଆସନରେ ସର୍ବାଧିକ ୨୦ ଜଣ କରି ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ଓଡ଼ିଆ ଭାଷାଭାଷୀ ଷଢେଇକଳା ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୭ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଲଢେଇ କରୁଛନ୍ତି ।
Comments are closed.