Latest Odisha News

BREAKING NEWS

ଜାଣନ୍ତୁ, କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି

ଭୁବନେଶ୍ୱର: ଓଡିଆ ସଂସ୍କୃତିରେ ବାରମାସରେ ତେରପର୍ବ ପାଳନ କରାଯାଉଥିବା ବେଳେ ଏହି ‘ମକର ପର୍ବ’ ସେଥିମଧ୍ୟରୁ ଅନ୍ୟତମ । ଯାହାକୁ ପ୍ରତିବର୍ଷ ଜାନୁଆରୀ ମାସରେ ପାଳନ କରାଯାଇଥାଏ ।

କୁହାଯାଏ, ଏହିଦିନରେ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି ।

ଏହିଦିନରୁ ଦେବତାମାନଙ୍କ ପକ୍ଷ ତଥା ଦିନ ମଧ୍ୟ ଆରମ୍ଭ ହୋଇଥାଏ । ମକର ସଂକ୍ରାନ୍ତିରୁ ଦିନ ବଡ ହେବା ସହ ବିଭିନ୍ନ ଶୁଭ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥାଏ । ଶାରୀରିକ, ଭୌତିକ ଓ ମାନସିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମକର ସଂକ୍ରାନ୍ତି ପାଳନ କରାଯାଇଥାଏ । ଏହାବ୍ୟତିତ ଏହିଦିନରେ ଗଙ୍ଗା ପୃଥିବୀ ପୃଷ୍ଠରେ ଅବତରିତ ହୋଇଥିଲେ ବୋଲି ପୌରାଣିକ କଥାବସ୍ତୁ ରହିଛି । ଆହୁରି ମଧ୍ୟ ମହାଭାରତ ଯୁଦ୍ଧ ପରେ ଭୀଷ୍ମ ଉତ୍ତରାୟଣରେ ଦେହତ୍ୟାଗ କରିଥିବାରୁ ଏହା ମୋକ୍ଷର ପର୍ବ ଭାବେ ମଧ୍ୟ ପାଳନ କରାଯାଇଆସୁଅଛି ।

ତେବେ ମୋକ୍ଷପ୍ରାପ୍ତି, ପାପରୁ ମୁକ୍ତି ତଥା ଭଲ ଫସଲ ଅମଳ ହେବା ଆଶା କରି ଶ୍ରଦ୍ଧାଳୁମାନେ କାହିଁକେଉଁ କାଳରୁ ଏହି ମକର ସଂକ୍ରାନ୍ତି ପର୍ବକୁ ବଡ ଧୁମଧାମରେ ପାଳନ କରିଆସୁଛନ୍ତି।

ଏପରିକି ଶ୍ରଦ୍ଧାଳୁମାନେ ଘରେଘରେ ସୂର୍ଯ୍ୟ ଦେବତାଙ୍କୁ ଆରାଧନା କରିଥାନ୍ତି । ଏହି ମକର ସଂକ୍ରାନ୍ତିର ପୁଣ୍ୟକାଳରେ ପ୍ରତ୍ୟୁଷରୁ ନଦୀ, ପୋଖରୀରେ ସ୍ନାନାଦି କାର୍ଯ୍ୟ ସମାପନ କରି ସୂର୍ଯଙ୍କୁ ଦର୍ଶନ କଲେ ସକଳ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି ।

 

Leave A Reply

Your email address will not be published.