Latest Odisha News

କ୍ରିକେଟଠାରୁ ୨ ମାସ ଦୂରେଇ ରହି କଣ କରୁଥିଲେ କହିଲେ କୋହଲି

ବେଙ୍ଗାଲୁର: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ୨ ମାସ କ୍ରିକେଟଠାରୁ ଦୂରେଇ ରହିବା ସମୟରେ କଣ କରୁଥିଲେ ତାର ଖୁଲାସା କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଅବସରରେ କୋହଲି ଦ୍ୱିତୀୟ ଥର ବାପା ହୋଇଥିଲେ । ତେବେ ଏହା ପୂର୍ବରୁ ସେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସମୟ କାଟୁଥିଲେ । ଆମେ ଏ ଭଳି ସ୍ଥାନକୁ ଯାଇଥିଲୁ ସେଠାରେ କେହି ଆମକୁ ଚିହ୍ନି ନ ଥିଲେ । ସାଧାରଣ ମଣିଷଙ୍କ ପରି ଖୋଲାରେ ଆମେ ସମୟ କାଟିଥିଲୁ । ପରିବାର ସହ ଏହି ସମୟ ମୋ ପାଇଁ ଅଭୂଲା ହୋଇ ରହିବ ବୋଲି ସେ କହିଛନ୍ତି । ବିଭିନ୍ନ କଳ୍ପନା ଜଳ୍ପନାର ଅବସାନ ଘଟାଇ କୋହଲି ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଟିମ ସହିତ ଯୋଗ ଦେଇଥିଲେ । ସେ ତାଙ୍କ ବ୍ୟାଟିଂ ଦକ୍ଷତା କିଙ୍ଗସ ଇଲେଭନ ପଞ୍ଜାବ ବିପକ୍ଷରେ ପୂନର୍ବାର ଦେଖାଇଛନ୍ତି ।

ମ୍ୟାଚ ପରେ କୋହଲି ପତ୍ନୀ ଅନୁଷ୍କା ଓ ଝିଅଙ୍କ ସହ ଭିଡିଓ କଲ କରି କଥା ହେଉଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କୋହଲି କେଉଁ ସ୍ଥାନରେ ରହିଥିଲେ ସେ ସମ୍ପର୍କରେ କୌଣସି ଖୁଲାସା କରି ନାହାନ୍ତି । ଟି୨୦ ବିଶ୍ୱକପରେ ନିଜ ସ୍ଥାନ ସୁରକ୍ଷିତ ରଖିବା ପାଇଁ କୋହଲିଙ୍କୁ ଆଇପିଏଲରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ଅବଶ୍ୟ ସେ ଏହାର ପ୍ରମାଣ ସମ୍ପୂର୍ଣ୍ଣ ଷ୍ଟାଇଲରେ ଦେଇ ସାରିଛନ୍ତ ।

Leave A Reply

Your email address will not be published.