Latest Odisha News

BREAKING NEWS

ଗଛରେ ପିଟି ହେଲା ବାଇକ, ଦୁଇ ମୃତ

ଭବାନୀପାଟଣା: ହୋଲିରେ ଘଟିଲା ସଡ଼କ ଦୁର୍ଘଟଣା। ଘରକୁ ଫେରୁଥିବା ବେଳେ ରାସ୍ତା ପାର୍ଶ୍ୱ ଗଛରେ ପିଟି ହେଲା ବାଇକ। ଏହି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳରେ।

ସୂଚନା ଅନୁସାରେ, ଆଳିମ ଗାଁର ୨୨ ବର୍ଷୀୟ ଦେବରାଜ ଭୋଇ ଓ ୧୫ ବର୍ଷୀୟ ଅଭୟ ଦୋରା ବାଇକ୍‌ ଯୋଗେ କୌଣସି ଏକ କାମରେ ବଜାରକୁ ଯାଇଥିଲେ। ମଧ୍ୟାହ୍ନରେ ସେମାନେ ଘରକୁ ଫେରୁଥିବା ବେଳେ ଗାଁ ନିକଟରେ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପଟି ହୋଇଯାଇଥିଲେ। ଘଟଣାସ୍ଥଳରେ ଦେବରାଜଙ୍କ ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ଲୋକେ ନାବାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେସିଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କେସିଙ୍ଗା ଥାନା ପୋଲିସ ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।

 

Leave A Reply

Your email address will not be published.