Latest Odisha News

BREAKING NEWS

କୋହଲିଙ୍କ କଟିଲା ୫୦ ପ୍ରତିଶତ ମ୍ୟାଚ ଫି

ବେଙ୍ଗାଲୁର: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ୫୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି । ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ସେ ଆଉଟ ହେବା ପରେ ଅମ୍ପାୟରଙ୍କ ସହ ଯୁକ୍ତି କରିଥିଲେ । ଆଇପିଏଲ ଆଚରଣ ସଂହିତା ଅନୁସାରେ କୋହଲି ଏହି ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି । ମ୍ୟାଚର ତୃତୀୟ ଓଭରରେ ହର୍ଷିତ ରାଣାଙ୍କ ବଲରେ କୋହଲି ଆଉଟ ହୋଇଥିଲେ । ଅଂଟା ଉପରକୁ ଫୁଲଟସ ବଲ ରହିଥିବା ନେଇ କୋହଲି ଡିଆରଏସ ନେଇଥିଲେ । ଥାର୍ଡ ଅମ୍ପାୟର ତାଙ୍କୁ ଆଉଟ ଘୋଷିତ କରିଥିଲେ ।

ସେ କ୍ରିଜ ବାହାରେ ଥିବାରୁ ତାଙ୍କ ବିପକ୍ଷରେ ନିଷ୍ପତି ଯାଇଥିଲା । କୋହଲି ଏହି ନିଷ୍ପତି ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସୋମବାର କୋହଲି ଏହି ଜରିମାନା ଦଣ୍ଡକୁ ସ୍ୱୀକାର କରିଛନ୍ତି । ବେଙ୍ଗାଲୁର ଚଳିତ ଆଇପିଏଲରେ ୮ଟି ମ୍ୟାଚରୁ ଗୋଟିକରେ ବିଜୟ ହାସଲ କରିଛି ।

Comments are closed.