Latest Odisha News

BREAKING NEWS

ସାଧାରଣ ନିର୍ବାଚନ ୨୦୨୪: ନବରଙ୍ଗପୁରରେ ନାମାଙ୍କନ ଦାଖଲ କଲେ ବିଭିନ୍ନ ଦଳର ପ୍ରାର୍ଥୀ

ନବରଙ୍ଗପୁର: ୨୦୨୪ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆରମ୍ଭ ହୋଇଯାଇଛି ନାମାଙ୍କନ ପ୍ରକ୍ରିୟା । ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିବା ମଧ୍ୟ ଆରମ୍ଭ କରିସାରିଛନ୍ତି । ଆଜି ନାମାଙ୍କନର ଚତୁର୍ଥ ଦିନରେ ବିଜେଡି ପକ୍ଷରୁ ନବରଙ୍ଗପୁର ଲୋକସଭା ଆସନ ପ୍ରାର୍ଥୀ ପ୍ରଦୀପ ମାଝୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନବରଙ୍ଗପୁର ଲୋକସଭା ନିର୍ବଚନ ମଣ୍ଡଳୀର ରିଟର୍ନିଙ୍ଗ ଅଫିସର ତଥା ଜିଲ୍ଲପାଳ ଡଃ କାମଳ ଲୋଚନ ମିଶ୍ରଙ୍କ ନିକଟରେ ସେ ଆଜି ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ସେହିପରି, ଅନ୍ୟପଟେ ଉମରକୋଟ ବିଧାନସଭା ଆସନ ପାଇଁ ବିଜେପିର ନିତ୍ୟାନନ୍ଦ ଗଣ୍ଡ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଧାୟକ ଶ୍ରୀ ଗଣ୍ଡ ଉମରକୋଟ ବିଧାନସଭା ଆସନର ରିଟର୍ନିଂ ଅଫିସର ତଥା ଅତିରିକ୍ତ ଜିଲ୍ଲପାଳ ନବୀନ ନାୟକଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ଏଥିସହ ଡାବୁ ଗାଁ ବିଧାନସଭା ନିର୍ବଚନ ମଣ୍ଡଳୀ ପାଇଁ ବିଜେପିର ସୋମନାଥ ପୂଜାରୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଡାବୁ ଗାଁ ବିଧାନସଭା ଆସନ ପାଇଁ ରିଟର୍ନିଂ ଅଫିସର ତଥା ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟରେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଝରୀଗାଁ ଗାଁ ବିଧାନସଭା ଆସନ ପାଇଁ ବିଜେପି ର ନରସିଂହ ଭତରା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଝରୀଗାଁ ବିଧାନସଭା ପାଇଁ ରିଟର୍ନିଂ ଅଫିସର ତଥା ଅତିରିକ୍ତ ଜିଲ୍ଲପାଳ ମହେଶ୍ୱର ନାୟକଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପୁଣି ଝରୀଗାଁ ବିଧାନସଭାଆସନ ପ୍ରାର୍ଥୀନୀ ହାରା ବତି ଗଣ୍ଡ ମଧ୍ୟ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଆଜି ସିପିଆଇ ଦଳରୁ ତ୍ରିନାଥ ମୁଣ୍ଡା ଗୁଡ଼ିଆ ପ୍ରାର୍ଥୀ ରୂପେ ନବରଙ୍ଗପୁର ଲୋକସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମାଲକାନଗିରି ଜିଲ୍ଲାର ବୈପାରୀଗୁଡା ନିବାସୀ ତ୍ରିନାଥ ମୁଣ୍ଡା ଗୁଡ଼ିଆ ଆଜି ନବରଙ୍ଗପୁର ଆସି ରିଟର୍ନିଙ୍ଗ ଅଫିସର ଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Leave A Reply

Your email address will not be published.