Latest Odisha News

BREAKING NEWS

ଆସନ୍ତୁ ଜାଣିବା କିଙ୍ଗ କୋହଲି କାହାକୁ ହୀରୋ ମାନନ୍ତି

ବାଙ୍ଗାଲୋର: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏହି ବ୍ୟାଟ୍ସମ୍ୟାନ ଏକ ସାକ୍ଷାତକାରରେ କିଏ ସେ ତାଙ୍କ କ୍ରିକେଟ ଜୀବନର ହୀରୋ ସେ ସମ୍ପର୍କରେ ଖୁଲାସା କରିଛନ୍ତି । ଆଧୁନିକ କ୍ରିକେଟରେ କିଙ୍ଗ କୋହଲି ଭାବେ ପରିଚିତ ବିରାଟ କିନ୍ତୁ ସଚିନ ତେନ୍ଦୁଲକରଙ୍କୁ ତାଙ୍କ ହୀରୋ ମାନନ୍ତି । ସଚିନ ଏବଂ ଭିଭିଆନ ରିଚାର୍ଡ୍ସ ମୋର ପ୍ରିୟ ଖେଳାଳି ବୋଲି ସେ କହିଛନ୍ତି । ସଚିନ ୬୬୪ ଆନ୍ତର୍ଜାତୀୟ ମ୍ୟାଚ ଖେଳି ୧୦୦ ଶତକ ଏବଂ ୩୪,୩୫୭ ରନ ସଂଗ୍ରହ କରି ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଛନ୍ତି । ବିରାଟ ଅବଶ୍ୟ ୭୫ ଶତକ ହାସଲ କରି ତାଙ୍କ ନିକଟତର ହୋଇଛନ୍ତି । ସେହିପରି ରିଚାର୍ଡ୍ସ ୧୨୧ ଟେଷ୍ଟରେ ୮୫୪୦ ରନ ଓ ୧୮୭ ଦିନିକିଆରେ ୬୭୨୧ ରନ ସଂଗ୍ରହ କରିଛନ୍ତି ।

କ୍ରିକେଟ ବ୍ୟତୀତ ସେ ଟେନିସର ରୋଜର ଫେଡରରଙ୍କ ଏବଂ ଫୁଟବଲର କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ପ୍ରଶଂସକ ଅଟନ୍ତି । ଯଦି ସେମାନଙ୍କ ସହ ମୋତେ ବସିବାକୁ ସୁଯୋଗ ଦିଆଯାଏ ତାହାହେଲେ ଶୁଣିବା ବ୍ୟତୀତ ମୋ ପାଖରେ ଅନ୍ୟ ବିକଳ୍ପ ରହିବ ନାହିଁ ବୋଲି ସେ ହସି କରି କହିଥିଲେ । ଏହି ଅବସରରେ ବାଙ୍ଗାଲୋର ଏଥର ଆଇପିଏଲ ଜିତିବ ବୋଲି ସେ ଦୃଢ ଆଶା ପୋଷଣ କରିଥିଲେ ।

Leave A Reply

Your email address will not be published.