Latest Odisha News

BREAKING NEWS

୩ ବର୍ଷ ପରେ କ୍ରିକେଟର ଗୋଟିଏ ଫର୍ମାଟ ଛାଡିବା କଥା ଚିନ୍ତା କରିବେ କୋହଲି

ନୂଆଦିଲ୍ଲୀ: ଆଗାମୀ ୩ ବର୍ଷ ମଧ୍ୟରେ କ୍ରିକେଟର ଗୋଟିଏ ଫର୍ମାଟ ଛାଡିବା କଥା ଚିନ୍ତା କରିବି ବୋଲି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କହିଛନ୍ତି । ୨୧ ଫେବୃୟାରୀରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ସେ ଏହି ମନ୍ତବ୍ୟ ଦେଇଛନ୍ତ ।

୩ବର୍ଷ ମଧ୍ୟରେ ୨ଟି ଟି୨୦ ଏବଂ ଗୋଟିଏ ଦିନିକିଆ ବିଶ୍ୱକପ ଖେଳାଯିବ । ଏହା ସରିବା ପରେ ପରବର୍ତୀ ପଦକ୍ଷେପ ନେବି ବୋଲି ସେ କହିଛନ୍ତି । ୮ ବର୍ଷ ହେବ କ୍ରମାଗତ କ୍ରିକେଟ ଖେଳୁଛି । ପ୍ରତି ବର୍ଷ ପ୍ରାୟ ୩୦୦ ଦିନ ପଡିଆରେ କାଟୁଛି ବୋଲି ସେ କହିଛନ୍ତି । ୱର୍କଲୋଡରୁ ମୁକୁଳିବା ପାଇଁ ଗୋଟିଏ ଫର୍ମାଟ ମୋତେ ଛାଡିବାକୁ ପଡିବ ବୋଲି କୋହଲି କହିଛନ୍ତି ।

Leave A Reply

Your email address will not be published.