Latest Odisha News

BREAKING NEWS

ନିଜ ପତ୍ନୀଙ୍କ କର୍କଟ ଚିକିତ୍ସା ପାଇଁ ୧୭ ବର୍ଷ ଧରି ବାଦ୍ୟ‌ ବଜାଇ ଅର୍ଥ ସଞ୍ଚୟ କରୁଥିଲେ ବ୍ୟକ୍ତି

ନୂଆଦିଲ୍ଲୀ: କୋଲକାତାର ଜଣେ ୭୭ ବର୍ଷ ବୟସ୍କ ବୃଦ୍ଧ ନିଜ ପତ୍ନୀଙ୍କ କର୍କଟ ଚିକିତ୍ସା ପାଇଁ ବିଗତ ୧୭ ବର୍ଷ ଧରି ଭାଓଲିନ୍‌ ବଜାଇ ପାଣ୍ଠି ସଂଗ୍ରହ କରୁଥିଲେ। ଏହି ଦୁଇ ଦମ୍ପତିଙ୍କ କାହାଣୀ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ସ୍ବପନ ସେଟ୍‌। ସେ କୋଲକାତାର ବାସିନ୍ଦା।  ୨୦୦୨ ରେ ବୃଦ୍ଧ ବ୍ୟକ୍ତିଙ୍କ ପତ୍ନୀ ଗର୍ଭାଶୟ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ପତ୍ନୀଙ୍କ ଚିକିତ୍ସା ପାଇଁ ତାଙ୍କ ପାଖରେ ସମ୍ବଳ ନଥିଲା। ପାଣ୍ଠି ସଂଗ୍ରହ କରିବା ପାଇଁ ସେ ବାଦ୍ୟ ବଜାଇ ପାଇଁ ସାରା ଦେଶ ଭ୍ରମଣ କରିଥିଲେ।

ସେଟ ଜଣେ ଚିତ୍ରକାର, ଶିଳ୍ପୀ ଏବଂ ବୀଣାକାର ମଧ୍ୟ। ସେ ତାଙ୍କ କଳାକୁ ବ୍ୟବହାର କରି ତାଙ୍କ ପତ୍ନୀଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ୧୭ ବର୍ଷ ପର୍ଯ୍ୟନ୍ତ ସେ ଏହା ଜାରି ରଖିଥିଲେ। ୨୦୧୯ ରେ ତାଙ୍କ ପତ୍ନୀ ସୁସ୍ଥ ହୋଇଥିଲେ।

ଚଳିତ ମାସ ଆରମ୍ଭରେ କୋଲକାତାର ଏକ ସପିଂ ମଲ୍ ବାହାରେ ସ୍ବପନ୍‌ ସେଟ୍‌ ଏକ ବାଦ୍ୟ ବଜାଉଥିବା ଏକ ଭିଡିଓ ଫେସବୁକରେ ସେୟାର କରାଯାଇଥିଲା।

“୧୭ ବର୍ଷର ସଂଘର୍ଷ ପରେ, ତାଙ୍କ ପତ୍ନୀ ୨୦୧୯ ରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ ଏବଂ ସେ ଏବେ ଏକ ସୁସ୍ଥ ଜୀବନ ବିତାଉଛନ୍ତି। ସେ ତଥାପି ନିଜ କଳାକୁ ଉପସ୍ଥାପନ କରିବା ପାଇଁ ସହରର ବିଭିନ୍ନ କୋଣ ଅନୁକୋଣକୁ ଯାତ୍ରା କରନ୍ତି। “

Comments are closed.