Latest Odisha News

BREAKING NEWS

କୋଟିଆରେ ଆନ୍ଧ୍ର ଷଡଯନ୍ତ୍ର ଭଣ୍ଡୁର କଲା କୋରାପୁଟ ଜିଲ୍ଲା ପ୍ରଶାସନ

କୋରାପୁଟ : କୋଟିଆ ସୀମାରେ ଆନ୍ଧ୍ରର ଫଳକ ପୋତା ଯୋଜନା ପଣ୍ଡ। କୋଟିଆ ସୀମାରେ ଆନ୍ଧ୍ରର ଫଳକ ପୋତା ଯୋଜନାକୁ ପଣ୍ଡ କଲା କୋରାପୁଟ ପୋଲିସ ଓ ପ୍ରଶାସନ । ଓଡ଼ିଶା ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତି ଦେଖି ଅନ୍ୟତ୍ର ପଳାଇଥିଲେ ଆନ୍ଧ୍ରର ଅଧିକାରୀମାନେ ।  ଆନ୍ଧ୍ର ଅଧିକାରୀ କାର୍ଯ୍ୟ କରୁଥିବା ଶୁଣି କୋରାପୁଟ ପ୍ରଶାସନ ପକ୍ଷରୁ କୋଟିଆ ସୀମାରେ ପୋଲିସଫୋର୍ସ ମୁତୟନ କରାଯାଇଥିଲା।

ସୁନାବେଡା,ଦାମନଜୋଡି,ପଟାଙ୍ଗି ଥାନା ଅଧିକାରୀ,କୋରାପୁଟ ତହସିଲଦାର,ପଟାଙ୍ଗି ବିଡିଓ ଙ୍କ ସମେତ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀ ଓ ୨ପ୍ଲାଟୁନ ପୋଲିସ ଫୋର୍ସ କୋଟିଆରେ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିଲେ । ଆଜି କୋଟିଆକୁ ଆନ୍ଧ୍ର ଅଧିକାରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଥିଲା । ଆନ୍ଧ୍ର ଅଧିକାରୀମାନେ ମାଡକର , ଉପରସେମ୍ବି , ଗଂଜେଇପଦର ଆଦି ସୀମାନ୍ତ ଗ୍ରାମଗୁଡିକରେ ସରକାରୀ କାର୍ଯ୍ୟକ୍ରମ ରଖିଥିଲେ ।ଏହି ସମୟରେ ଓଡ଼ିଶା ପୋଲିସ ପ୍ରଶାସନକୁ ଦେଖି ସେମାନେ ପଳାଇଥିଲେ। ଆନ୍ଧ୍ର ଦ୍ୱାରା ପ୍ରସ୍ତୁତ ନାମ ଫଳକ ପୋଷ୍ଟ ଗୁଡିକୁ ପଟାଙ୍ଗି ପୋଲିସ ଜବତ କରିଛି ।

ଆନ୍ଧ୍ର ପ୍ରଦେଶ ଅଧିକାରୀମାନେ ପ୍ରମୁଖ ତଳ ଗଂଜେଇପଦର ଗ୍ରାମକୁ ଯାଉଥୁବା ବେଳେ ସେମାନଙ୍କୁ ପ୍ରବେଶ ନକରାଇ ଫେରାଇ ଦିଆଯାଇଥିଲା । ଆନ୍ଧ୍ର ଅଧିକାରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋଟିଆରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଶୃଙ୍ଖଳାକୁ ବରାଦସ୍ତ କରାଯିବ ନାହିଁ କହିଛନ୍ତି ତା ସହିତ ଆନ୍ଧ୍ର ଏଜେଣ୍ଟ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା କୋରାପୁଟ ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର କହିଛନ୍ତି । ତାସହିତ ସୁପ୍ରିମ୍ କୋର୍ଟ ନିର୍ଦେଶକୁ କଡା କଡି କାର୍ଯ୍ୟକାରୀ କରାଯିବ କହିଲେ କୋରାପୁଟ ଜିଲ୍ଲାପାଳ ।

Comments are closed.