Latest Odisha News

BREAKING NEWS

ଓଡ଼ିଆରେ ରାଜ୍ୟବ୍ୟାପୀ ମୁକ୍ତିଲାଭ କରିବ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ଶଳା ବୁଢାର ବଦଲା’

ଭୁବନେଶ୍ୱର: ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ଶଳା ବୁଢାର ବଦଲା’ ରାଜ୍ୟବ୍ୟାପୀ ମୁକ୍ତିଲାଭ କରିବ । ଆସନ୍ତାକାଲି ଅର୍ଥାତ ମେ ୨୬ ତାରିଖରେ ସାରା ରାଜ୍ୟର ଲୋକେ ଏହାକୁ ଦେଖିପାରିବେ । ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ମୂଳତଃ କୋଶଳୀ ଭାଷାରେ ନିର୍ମିତ । ୨୦୨୧ରେ ୬୭ ତମ ଜାତୀୟ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହେଇଥିଲା

ଏବେ ‘ଶଳା ବୁଢାର ବଦଲା’କୁ ବର୍ଦ୍ଧିତ ଧ୍ୱନି ମିଶ୍ରଣ ଏବଂ ଓଡ଼ିଆ ଭାଷାରେ ଡବିଂ ସହିତ ଉପସ୍ଥାପନ କରାଯିବ । ଯାହା ଫିଲ୍ମର ସିନେମାଟିକ ଅନୁଭୂତିରେ ଏକ ନୂତନ ଦିଗ ଯୋଗାଇବ । ଅପଡେଟ ହୋଇଥିବା ସଂସ୍କରଣରେ କାହାଣୀ, ସ୍କ୍ରିନ ପ୍ଲେ, ସଂଳାପ, ଫଟୋଗ୍ରାଫି ଦର୍ଶକମାନଙ୍କୁ ପ୍ରଭାବିତ କରିବ  ।

ଏଠି କହିରଖିବୁ, ଦୁଇବର୍ଷ ପୂର୍ବେ ପଶ୍ଚିମ ଓଡ଼ିଶାରେ ମକ୍ତିଲାଭ କରିଥିବା ଶଳା ବୁଢାର ବଦଲା ବିଭିନ୍ନ ପ୍ରେକ୍ଷାଳୟରେ ୬ ସପ୍ତାହ ଧରି ଚାଲିଥିଲା । ସେହି ସମୟରେ ଏହା ଓଡ଼ିଶାର ଏକ ବ୍ୟାପକ ମୁକ୍ତି ପାଇଁ ଯୋଜନା କରାଯାଇଥିଲା । ତେବେ   କୋଭିଡ-୧୯ ଯୋଗୁ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରି ନ ଥିଲା । ବର୍ତ୍ତମାନ ନୂଆ ମେକଇନ ସମ୍ପୂର୍ଣ୍ଣ ହେବା ସହିତ ଫିଲ୍ମଟି ମେରୁ ଭାରତର ବିଭିନ୍ନ ସ୍ଥାନରେ ଦର୍ଶକଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତୁତ ।

ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର କହିଛନ୍ତି, କଳା ଓ ବାଣିଜ୍ୟିକ ସିନେମା ମଧ୍ୟରେ ରେଖା ଯଥେଷ୍ଟ ଅସ୍ପଷ୍ଟ ହୋଇଛି । ଶଳା ବୁଢାର ବଦଲାର ଓଡ଼ିଆ ସଂସ୍କରଣ ଓଡ଼ିଶାର ଲୋକ ନିଶ୍ଚୟ ପସନ୍ଦ କରିବେ ବୋଲି ସେ କହିଛନ୍ତି । ସୂଚନାଥାଉ କି, ସବ୍ୟସାଚୀ ମହାପାତ୍ରଙ୍କ ଭୁଖା, ଶଳା ବୁଢା, ଆଦିମ ବିଚାର ଆଦି ବେଶ ଲୋକପ୍ରିୟତା ହାସଲ କରିପାରିଛି ।

Leave A Reply

Your email address will not be published.