Latest Odisha News

BREAKING NEWS

ଫିଲ୍ମରେ ସୁଯୋଗ ଦେବା ପାଇଁ ଆଦିତ୍ୟଙ୍କୁ ୨୦ କୋଟି ଦେଇଥିଲେ ରଣବୀରଙ୍କ ବାପା !

ମୁମ୍ବାଇ: ବିବଦୀୟ ଫିଲ୍ମ କ୍ରିଟିକ ଓ ଅଭିନେତା କମାଲ ଆର ଖାଁ ଆଜି ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି । ସେ କହିଛନ୍ତି ରଣବୀର ସିଂଙ୍କ ବାପା ଜଗଜିତ ସିଂ ଭବନାନୀ ପୁଅକୁ ହୀରୋ କରିବା ପାଇଁ ଆଦିତ୍ୟ ଚୋପ୍ରାଙ୍କୁ ୨୦କୋଟି ଟଙ୍କା ଦେଇଥିଲେ । ସୂଚନାଯୋଗ୍ୟ, ରଣବୀର ୟଶରାଜ ବ୍ୟାନରର ବ୍ୟାଣ୍ଡ ବାଜା ବାରାତରେ ଅନୁଷ୍କା ଶର୍ମାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ।

ବଂଟି ଔର ବବଲୀ ୨ର ରିଭ୍ୟୁ କରିବା ସମୟରେ କେଆରକେ ଏହି ଖୁଲାସା କରିଛନ୍ତି । ଆଦି ଯେଉଁ ନୂତନ କଳାକାର ସହ ଫିଲ୍ମ ଆରମ୍ଭ କରିଛନ୍ତି ତାର କ୍ୟାରିୟର ବର୍ବାଦ ହୋଇଯାଇଛି । ରଣବୀରଙ୍କୁ ଆଦି ସୁଯୋଗ ଦେଇ ନ ଥିଲେ ଏହା ଏକ ଡିଲ ଥିଲା । ପୂର୍ବରୁ କେଆରକେ ରଣବୀର ଆଇଏସଆଇଏସ ଆତଙ୍କବାଦୀ ପରି ଦେଖାଯାଉଛନ୍ତି ବୋଲି କହିଥିଲେ । ରଣବୀରଙ୍କ ୮୩ ଫିଲ୍ମର ଟ୍ରେଲର ମଙ୍ଗଳବାର ରିଲିଜ ହେବ ।

Leave A Reply

Your email address will not be published.