Latest Odisha News

ବେସାହାରା ଲୋକଙ୍କ ସାହାରା ପାଲଟିଛନ୍ତି ମହିଳା ସବ୍ ଇନ୍ସପେକ୍ଟର ଅନିଲା ପରାଶର

ଇନ୍ଦୋର: ରାସ୍ତାକଡ଼ରେ ଦିନରାତି ବିତଉଥିବା ଲୋକଙ୍କ ପାଇଁ ଶୀତଦିନ ଆସିଲେ ମୁସ୍କିଲ ହୋଇପଡ଼େ । ପୁଣି ବୃଦ୍ଧବୃଦ୍ଧାଙ୍କ ଅବସ୍ଥା ଆହୁରି ନକହିଲେ ଚଳେ । ନିଜକୁ ଘୋଡ଼େଇବା ପାଇଁ କାହା କାହା ପାଖରେ କମ୍ବଳ କିମ୍ବା ଗରମ ପୋଷାକଟିଏ ମଧ୍ୟ ନଥାଏ । ଏପରିକି ଯେ ପ୍ରବଳ ଥଣ୍ଡା ଯୋଗୁଁ ଅନେକ ଜୀବନ ମଧ୍ୟ ଚାଲିଯାଏ । ଏହିପରି ଲୋକଙ୍କ ପାଇଁ ସାହାରା ପାଲଟିଛନ୍ତି ମହିଳା ସବ୍ ଇନ୍ସପେକ୍ଟର ଅନିଲା ପରାଶର ।

ମହିଳା ସବ୍ ଇନ୍ସପେକ୍ଟର ଇନ୍ଦୋରରେ କାର୍ଯ୍ୟରତ । ପ୍ରତିଦିନ ରାତିରେ ବେସାହାରା ଲୋକଙ୍କୁ ଖୋଜିବା ପାଇଁ ସେ ବାହାରିପଡ଼ିଥାନ୍ତି । ଆଉ ନିଜ ସାଥିରେ ନେଇଥାନ୍ତି କମ୍ବଳ । ମହିଳା ସବ୍ ଇନ୍ସପେକ୍ଟର ରେଳ ଷ୍ଟେସନରେ ବୁଲୁଥିଲେ । ସେହି ସମୟରେ ଜଣେ ବୃଦ୍ଧା ମହିଳାଙ୍କ ସହ ଦେଖା ହୋଇଥିଲା । ବୃଦ୍ଧା ମହିଳାଙ୍କୁ ତାଙ୍କ ବିଷୟରେ ପଚାରିବାରୁ ସେ କାନ୍ଦି ପକାଇଥିଲେ । ବୃଦ୍ଧା ଜଣକ କହିଥିଲେ, ପରିବାର ଲୋକେ ତାଙ୍କୁ ଘରୁ ତଡ଼ି ଦେଇଛନ୍ତି । ବୃଦ୍ଧା ମହିଳାଙ୍କୁ ଥଣ୍ଡା ଲାଗୁଥିବା ଦେଖି ତାଙ୍କୁ କମ୍ବଳ ଘୋଡ଼ାଇବା ପାଇଁ ଦେଇଥିଲେ । ମହିଳା ସବ୍ ଇନ୍ସପେକ୍ଟରଙ୍କ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି ।

ମହିଳା ସବ୍ ଇନ୍ସପେକ୍ଟର କହିଲେ, ସେ ଏହି ଅଭିଯାନ ୨୦୧୯ରୁ କରିଆସୁଛନ୍ତି । ପେଟ୍ରୋଲିଂ କରୁଥିବା ସମୟରେ ମହିଳାଜଣକ ପ୍ରବଳ ଥଣ୍ଡାରୁ ମୃତ୍ୟୁବରଣ କରିଥିବା ଦେଖିବାକୁ ପାଇଥିଲେ । ସେହିଦିନରୁ ତାଙ୍କ ମନରେ ଏହିଭଳି ବେସାହାରା ଲୋକଙ୍କୁ କମ୍ବଳ ବଣ୍ଟନ କରିବା ପାଇଁ ମନରେ ସ୍ଥିର କରିନେଇଥିଲେ । ଏହାପରଠାରୁ ଏକ ଏନଜିଓର ସହଯୋଗରେ କମ୍ବଳ ବିତରଣ କାର୍ଯ୍ୟ ଆରମ୍ଭ କରିଥିଲେ ।

Leave A Reply

Your email address will not be published.