Latest Odisha News

BREAKING NEWS

ବିଶ୍ଵର ଦ୍ଵିତୀୟ ଗଭୀରତମ ଗୁମ୍ଫା, ଯାହାର ଉପର ଭାଗରୁ ଦେଖିଲେ ଟାଙ୍କୁରି ଉଠେ ଲୋମ

ଅବଖାଜିଆ: ଦୁନିଆରେ ଏପରି ଅନେକ ଯାଗା ରହିଛି ଯାହା ଆଜିବି ରହସ୍ୟ ଘେରରେ ରହିଛି । ସେଥିମଧ୍ୟରୁ କିଛି କିଛି ସ୍ଥାନର ରହସ୍ୟ ଜଣାପଡିଥିବା ବେଳେ କିଛି ସ୍ଥାନର ରହସ୍ୟ ଆଜିବି ରହସ୍ୟ ହେଇରହିଛି । ଦୁନିଆରେ ଅନେକ ପ୍ରକାର ଆଶ୍ଚର୍ଯ୍ୟଜନକ ସ୍ଥାନ ରହିଛି । ଏପରି ଏକ ସ୍ଥାନ ରହିଛି ଜର୍ଜିଆର ଅବଖାଜିୟାରେ । ଯାହାକୁ ବିଶ୍ଵର ଦ୍ଵିତୀୟ ଗଭୀର ଗୁମ୍ଫା ବୋଲି କୁହାଯାଇଥାଏ ।

ଏହି ଗୁମ୍ଫା ଏତେ ଗଭୀର ଯେ ଏହାକୁ ଉପର ଭାଗରୁ ଦେଖିଲେ ଲୋକମାନଙ୍କର ଲୋମ ଟାଙ୍କୁରି ଉଠେ । ଏହି ଗୁମ୍ଫାର ନାମ ହେଉଛି କୄବେରା ଗୁମ୍ଫା । ଏହାର ଗଭୀରତା ୨୧୯୭ ମିଟର ବା ୭୨୦୮ ଫୁଟ ଅଟେ । ସାଧାରଣତଃ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ କିନ୍ତୁ ଏହା ଏକ ଦୁର୍ଗମ ଇଲାକା ଅଟେ ସେଥିପାଇଁ ଏଠାରେ ବର୍ଷରେ ମାତ୍ର ଚାରି ମାସ ହିଁ ଜନଗହଳି ଦେଖାଯାଏ ।

୧୯୬୦ ମସିହାରେ କୄବେରା ଗୁମ୍ଫାକୁ ଖୋଜି ବାହାର କରାଯାଇଥିଲା । ଏହି ଗୁମ୍ଫାଟିକୁ ବୋରୋନ୍ୟା ନାମରେ ମଧ୍ୟ ଜଣାଯାଇଥାଏ । ବୋରୋନ୍ୟାର ଅର୍ଥ ହେଉଛି କାଉମାନଙ୍କର ଗୁମ୍ଫା । ଏପରି ନାମକରଣ ହେବାର ଉଦ୍ଦେଶ୍ୟ ହେଉଛି ୧୯୮୦ ମସିହାରେ ଯେତେବେଳେ ପ୍ରଥମଥର ପାଇଁ ଏହି ଗୁମ୍ଫାକୁ ପ୍ରବେଶ କରାଯାଇଥିଲା ସେତେବେଳେ ଏଥିରେ କେବଳ କାଉମାନଙ୍କର ବସା ରହିଥିଲା ।

ସାଧାରଣତଃ ଏହି ଗୁମ୍ଫା ଭିତରକୁ ଅନେକ ଅନୁସନ୍ଧାନକାରୀ ଦଳ ଯାଇ ସାରିଛନ୍ତି କିନ୍ତୁ ୨୦୧୨ ମସିହାରେ ଯେତେବେଳେ ବିଭିନ୍ନ ଦେଶର ପ୍ରାୟ ୫୯ ଜଣଙ୍କୁ ନେଇ ଏକ ଅନୁସନ୍ଧାନକାରୀ ଟିମ ଏହା ଭିତରକୁ ଯାଇଥିଲେ ସେତେବେଳେ ଏହାର ଗଭୀରତା ୨୧୯୭ ମିଟର ବା ୭୨୦୮ଫୁଟ ବୋଲି ମାପିଥିଲେ । ଏହି ଦଳ ଗୁମ୍ଫା ଭିତରେ ପ୍ରାୟ ୨୭ ଦିନ ବିତାଇଥିଲେ ।

Leave A Reply

Your email address will not be published.