Latest Odisha News

BREAKING NEWS

ରୋଗୀମୃତ୍ୟୁ ଅଭିଯୋଗ, ଭଦ୍ରକ ସାଳନ୍ଦୀ ହସ୍ପିଟାଲରେ ଉତ୍ତେଜନା

ଭଦ୍ରକ: ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ସଳନ୍ଦୀ ହସ୍ପିଟାଲରେ ଉତ୍ତେଜନା। ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତ ମହିଳା ଜଣଙ୍କ ହେଲେ ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳୀପାଳ ଗ୍ରାମର ବସନ୍ତ ପାତ୍ରଙ୍କ ସ୍ତ୍ରୀ ସଞ୍ଜୁଲତା ପାତ୍ର।

ସୂଚନା ଅନୁସାରେ, ସଞ୍ଜୁଲତା ପାତ୍ରଙ୍କର ପେଟରେ ଟ୍ୟୁମର ହୋଇଥିଲା। ଡାକ୍ତର ଦେଖାଇ ମେଡିସିନ୍‌ ଖାଇବା ପରେ ତାହା ଟିକିଏ କମି ଯାଇଥିଲା। ହେଲେ ଡାକ୍ତର ଅପରେସନ କରି ତାକୁ ବାହାର କରି ଦେବାକୁ ପରାମର୍ଶ ଦେଇଥିଲେ। ଟ୍ୟୁମର ଅପରେସନ ପାଇଁ ଗତ ବୁଧବାର ଦିନ ସାଳନ୍ଦୀ ହସ୍ପିଟାଲରେ ଆଡମିସନ ହୋଇଥିଲେ ସଞ୍ଜୁ । ଗତକାଲି ରାତିରେ ତାଙ୍କର ଅପେରସନ ହୋଇଥିଲା । ଅପରେସନ ବେଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏପରିକି ଆଜି ସକାଳୁ ଏହାକୁ ଏନେଇ ହସ୍ପିଟାଲରେ ତୀବ୍ର ଉତେଜନା ଦେଖାଦେଇଥିଲା । ଖବର ପାଇ ଭଦ୍ରକ ଟାଉନ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଛନ୍ତି । ତେବେ ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ରୋଗୀର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.