ମୁମ୍ବାଇ: ଛୋଟ ପରଦାର ସବୁଠାରୁ ବେଶୀ ଲୋକପ୍ରିୟ ଶୋ’ ‘ଦି କପିଲ ଶର୍ମା ଶୋ’ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି । କିଛି ଦିନ ପୂର୍ବରୁ ଏହି ଶୋ ଜୁନ୍ ମାସରେ ବନ୍ଦ ହେବାକୁ ଯାଉଛି ବୋଲି ଆଲୋଚନା ହୋଇଥିଲା । କପିଲ ନିଜେ ଏହି ଗୁଜବ ଉପରେ ସ୍ପଷ୍ଟ କରିଥିଲେ ଯେ ଏପର୍ଯ୍ୟନ୍ତ ଏ ନେଇ କିଛି ଚୂଡାନ୍ତ ହୋଇନାହିଁ । ଏବେ ଶୋକୁ ସପନା ଦିଦି ବା କୃଷ୍ଣ ଅଭିଶେଷ ପୁର୍ନବାର ଫେରିଛନ୍ତି ,ଯାହାକୁ ନେଇ ଲୋକେ ବହୁତ ଉତ୍ସାହିତ ଅଛନ୍ତି । କପିଲ ଓ କୃଷ୍ଣଙ୍କ ମଧ୍ୟରେ ମନୋମାଳିନ ଯୋଗୁ ସେ ଗତ ସେପ୍ଟେମ୍ବରରେ ଶୋ ଛାଡ଼ି ଚାଲିଯାଇଥିଲେ । ଏବେ ସେ ପୁଣି ଥରେ ସପନା ଦିଦି ଭାବେ ଖୁବଶୀଘ୍ର ଶୋକୁ ଫେରିଛନ୍ତି ।
ଏହି ଖବର ଭାଇରାଲ ହେବା ମାତ୍ରେ କୃଷ୍ଣଙ୍କ ପ୍ରଶଂସକମାନେ ଆନନ୍ଦିତ ହୋଇଛନ୍ତି । କୃଷ୍ଣ କହିଛନ୍ତି ଯେ, ଶୋ ଛାଡ଼ି ଚାଲିଯିବା ଠିକ୍ ହୋଇ ନ ଥିଲା । କାରଣ ପ୍ରଶଂସକମାନେ ମୋର ଅଭିନୟକୁ ବହୁତ ପସନ୍ଦ କରୁଥିଲେ । ଫିକୁ ନେଇ କିଛି ବିବାଦ ଦେଖାଦେଇଥିଲା । ଏବେ ଏହା ସମାଧାନ ହୋଇଯାଇଛି । ୨୪ ତାରିଖରୁ ସୁଟିଂ ବି ଆରମ୍ଭ କରିଛି ବୋଲି କହିଛନ୍ତି ।
BREAKING NEWS
- Diljit Dosanjh’s Concert Row: “କାହା ବାପାର ନୁହେଁ ହିନ୍ଦୁସ୍ତାନ…”, କାହିଁକି ଇନ୍ଦୋର ମଞ୍ଚରୁ ଏମିତି କହିଲେ ଗାୟକ ଦିଲଜିତ୍ ଦୋସାଞ୍ଜ?
- Cyclone Akwan: କେବେ ଓ କେଉଁ ପଟେ ଅତିକ୍ରମ କରିବ ସମ୍ଭାବ୍ୟ ବାତ୍ୟା
- ମୁମ୍ବାଇରେ ବ୍ରିଟେନ୍ ପ୍ରିନ୍ସ ଓ ପ୍ରିନ୍ସେସ୍, ଚା’ ଓ କ୍ରିକେଟ୍ ମ୍ୟାଚ୍ରୁ ଆରମ୍ଭ ରାଜକୀୟ ସକାଳ
- ରାଜ୍ୟରେ ୧୦°କୁ ଖସିଲା ତାପମାତ୍ରା, ଜାଣନ୍ତୁ କେଉଁଠି କେତେ…
- Jay Shah ICC Chairman: ପୁଣି ଥରେ ଜୟ ଶାହଙ୍କ ହାତରେ ICCର କମାଣ୍ଡ୍, ଦ୍ବିତୀୟ ଥର ପାଇଁ ମିଳିଲା ଦାୟିତ୍ୱ; ୨୦୨୮ ଅଲିମ୍ପିକ୍ସ ଉପରେ ରହିବ ଫୋକସ୍…
- Love, Drugs and Pak Link: ରାଜସ୍ଥାନ ବିସ୍ଫୋରଣ ଷଡଯନ୍ତ୍ରରେ କିପରି ସାମିଲ ହେଲେ ପଂଜାବ ମହିଳା ?
- ଭୁବନେଶ୍ବରରେ ଉପରାଷ୍ଟ୍ରପତି; ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟନ କଲେ
- Toxic Foam in Yamuna: ବିଷାକ୍ତ ପାଣିରେ ହେଉଛି ଛଟ୍ ପୂଜା, ଦିଲ୍ଲୀରେ ଯମୁନା ନେଇ ରାଜନୀତି
- ଥାଇଲାଣ୍ଡର ରିସର୍ଟରେ ଅଗ୍ନିକାଣ୍ଡ, ୧୧ ମୃତ ଓ ୧୬ ଆହତ…
- Cyclone Alert: ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଶକ୍ତିଶାଳୀ ବାତ୍ୟା! ଓଡ଼ିଶା ପାଇଁ IMDର ସତର୍କ ସୂଚନା, ୧୯ ଓ ୨୧ ନଭେମ୍ବରରେ ପ୍ରବଳ ବର୍ଷା ଆଶଙ୍କା
Comments are closed.