Latest Odisha News

BREAKING NEWS

ବିଜେଡି ନେତା ସୁବାସ ଚୌହ୍ୱାନ ଗୁରୁତର, ଭୁବନେଶ୍ୱରରେ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ସୁବାସ ଚୌହ୍ୱାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘରେ ଥିବା ବେଳେ ସେ ଅସୁସ୍ଥ ହୋଇପଡିଥିଲେ ତାଙ୍କୁ ପରିବାର ପକ୍ଷରୁ ତୁରନ୍ତ ହସ୍ପିଟାଲ ଅଣାଯାଇଥିବା ଜଣାପଡିଛି ।

ଗତ ବର୍ଷ ସେ ଡବ୍ଲ୍ୟୁଓଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ।

ବିଜେଡି ଦଳ ପକ୍ଷରୁ କଳାହାଣ୍ଡି, ବଲାଙ୍ଗିର, ବରଗଡ, ସମ୍ବଲପୁର ଜିଲ୍ଲା ପାଇଁ ସେ ସାଧାରଣ ସମ୍ପାଦକ ଅଛନ୍ତି ।

୨୦୧୯ ନିର୍ବାଚନରେ ତାଙ୍କୁ ବିଜେପି ପକ୍ଷରୁ ଟିକେଟ ନ ମିଳିବା ପରେ ସେ ବିଜେଡି ଦଳରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.