Latest Odisha News

କାମାକ୍ଷା ନଗରରେ ବାଣ ବିସ୍ଫୋରଣରେ ୨ ନାବାଳକ ମୃତ, ଜଣେ ଗୁରୁତର

ଢେଙ୍କାନାଳ : କାମାକ୍ଷା ନଗର ସୋଗର ଗାଁରେ ଅଗ୍ନିକାଣ୍ଡରୁ ବାଣ ବିସ୍ଫୋରଣ ହୋଇଛି । ଏଥିରେ ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ହୋଇଛି ।

BjdElectrycity

ଆଜି ଗାଁର ସରୋଜ କୁମାର ସାହୁଙ୍କ ଘରେ ହଠାତ୍ ନିଆ ଲାଗି ଯାଇଥିଲା । ଏହି ସମୟରେ ଘରେ ଗଚ୍ଛିତ ଥିବା ବାଣ ବିସ୍ଫୋରଣ ଘଟି ଘରର ଛାତ ଖସି ପଡିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଚଳାଇଛି । ଘର ଭିତରୁ ତିନି ନାବାଳକଙ୍କୁ ଉଦ୍ଧାର କରି ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣେ ଗୁରୁତର ଥିବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଉଛି ।

ଏବେ ବି ଉଦ୍ଧାର କାର୍ଯ୍ୟ ଚାଲିଛି । ଘର ଭିତରେ ଆଉ କିଛି ଲୋକ ରହିଯାଇଥିବା ଅନୁମାନ କରାଯାଉଛି ।

ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ଅଛି । କିନ୍ତୁ କେଉଁ କାରଣରୁ ନିଆଁ ଲାଗିଲା ତାହା ଏଯାଏଁ ଜଣାପଡିପାରିନାହିଁ ।

Leave A Reply

Your email address will not be published.