Latest Odisha News

BREAKING NEWS

ଅନଲାଇନରେ ଲିକ ହେଲା ଅମୀରଙ୍କ ଲାଲ ସିଂ ଚଢା

ମୁମ୍ବାଇ: ଅମୀର ଖାଁଙ୍କ ବହୁ ପ୍ରତୀକ୍ଷୀତ ଫିଲ୍ମ ଲାଲ ସିଂ ଚଢ଼ା ଆଜି ରିଲିଜ ହୋଇଯାଇଛି । ୧୮୦ କୋଟି ବଜେଟର ଏହି ଫିଲ୍ମ ପ୍ରଥମ ଦିବସରେ ଆଶାନୁରୂପ କଲେକ୍ସନ କରି ନ ଥିବାରୁ ମେକର୍ସ ଏବଂ ଅମୀର ଖାଁ ଚିନ୍ତାରେ ଅଛନ୍ତି । ଏହା ମଧ୍ୟମରେ ଫିଲ୍ମ ଫୁଲ ଏଚଡି ଭର୍ସନ ଅନଲାଇନରେ ଲିକ ହୋଇଯାଇଛି । ଯାହାକି ଫିଲ୍ମକୁ ଆହୁରି ଅସୁବିଧାରେ ପକାଇବ ବୋଲି ଅନୁମାନ କରାଯାଉଛି । ରିପୋର୍ଟସ ମୁତାବକ ତାମିଲରକର୍ସ, ଫିଲ୍ମୀଜିଲା, ମୁଭିରୁଲଜ, ଟେଲିଗ୍ରାମ ୱେବସାଇଟରେ ଏହା ଉପଲବ୍ଧ ହୋଇଛି । ୧୯୯୪ରେ ରିଲିଜ ଓସ୍କାର ପୁରସ୍କାର ବିଜେତା ଫରେଷ୍ଟ ଗମ୍ପ ଫିଲ୍ମର ଅଫିସିଆଲ ରିମେକ ହେଉଛି ଲାଲ ସିଂ ଚଢ଼ା । ଅଦ୍ୱେତ ଚନ୍ଦନ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଆଡଭାନ୍ସ ବୁକିଂ ପରେ ପ୍ରଥମ ଦିବସରେ ଏହା ସେ ଭଳି ଆଖି ଦୃଶିଆ ପ୍ରଦର୍ଶନ କରି ନାହିଁ । ଗୋଟିଏ ଦିନରେ ରକ୍ଷା ବନ୍ଧନ ଓ ଲାଲ ସିଂ ଚଢ଼ା ରିଲିଜ ହୋଇଥିବାରୁ ଉଭୟଙ୍କ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇଛି ।

Leave A Reply

Your email address will not be published.