Latest Odisha News

BREAKING NEWS

ଖଣି ଖାଦାନରୁ ମିଳିଲା ୫୦ ଲକ୍ଷ ଟଙ୍କାର ହୀରା ଖଣ୍ଡ

ପାଟଣା: ଖଣି ଖାଦାନରୁ ମିଳିଲା ୧୦. ୬୯ କ୍ୟାରେଟର ହୀରା ଖଣ୍ଡ । ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା । ମଧ୍ୟପ୍ରଦେଶ ପାଟଣା ଜିଲ୍ଲା ଅନ୍ତର୍ଗତ ରାଣୀପୁର ଅଞ୍ଚଳରେ ଥିବା ଗୋଟିଏ ଖଣି ଖାଦାନରୁ ଗତକାଲି ହୀରା ଖଣ୍ଡ ମିଳିଥିଲା ।

ରାଣୀପୁର ଅଞ୍ଚଳରେ ଥିବା ଏହି ଖଣିକୁ ଲିଜରେ ନେଇଛନ୍ତି ୩୫ ବର୍ଷୀୟ ଯୁବକ ଅନାଦିଲାଲ ଖୁସଓ୍ୱା । ସେ ହୀରା ଖଣ୍ଡକୁ ଠାବ କରିଥିଲେ । ପରେ ସ୍ଥାନୀୟ ସରକାରୀ ଅଫିସରେ ଜମା ଦେଇଥିଲେ ।

ପୂର୍ବରୁ ଜୁଲାଇ ୧୪ ତାରିଖରେ ଅନାଦିଲାଲ ଖଣି ଭିତରୁ ୭୦ କ୍ୟାରେଟରେ ହୀରା ଖଣ୍ଡ ଠାବ କରିଥିଲେ । ଆଗକୁ ଖଣି ଭିତରୁ ଅଧିକ ଡାଏମଣ୍ଡ ମିଳିବା ନେଇ ଆଶା କରାଯାଉଛି ।

Leave A Reply

Your email address will not be published.