Latest Odisha News

BREAKING NEWS

ସୀମା ଟେନସନ୍: ଭାରତ-ଚୀନ ମଧ୍ୟରେ ୧୫ ଘଣ୍ଟା ଆଲୋଚନା

ନୂଆଦିଲ୍ଲୀ: ଚୀନକୁ ଭୋରତର ରୋକଠୋକ କଥା । ପୂର୍ବ ଲଦାଖର ବିବାଦୀୟ ଅଞ୍ଚଳରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହର କର । ନହେଲେ ଉତ୍ତେଜନା ହ୍ରାସ ହେବନି । ସୀମାରେ ଶାନ୍ତି ଫେରିବା ନେଇ ଗତକାଲି ଭାରତ-ଚୀନ ମଧ୍ୟରେ ବସିଥିଲା କର୍ପସ କମାଣ୍ଡରରସ୍ତରୀୟ ଆଲୋଚନା । ସେଠାରେ ଚୀନକୁ ଏଭଳି ରୋକଠୋକ କଥା ଶୁଣାଇଛି ଭାରତ । ୧୫ ଘଣ୍ଟା ଧରି ଚାଲିଥିଲା ବୈଠକ ।

ପୂର୍ବ ଲଦାଖରେ ସୀମା ବିବାଦକୁ ନେଇ ଉଭୟ ଦେଶର ଯବାନ ମୁହାଁମୁହିଁ ହୋଇଛନ୍ତି । ଉତ୍ତେଜନା ହ୍ରାସ ଓ ସୀମାରେ ଶାନ୍ତି ଫେରାଇ ଆଣିବା ପାଇଁ ଗତକାଲି ନବମ ପର୍ଯ୍ୟାୟ କର୍ପସ କମାଣ୍ଡରସ୍ତରୀୟ ବୈଠକ ବସିଥିଲା । ସକାଳ ୧୧ଟାରୁ ଆରମ୍ଭ ହୋଇଥିବା ଏହି ବୈଠକ ରାତି ସାଢ଼େ ୨ଟା ବେଳେ ସରିଥିଲା ।

ଭାରତ କହିଛି, ଚୀନ ବିବାଦୀୟ ସ୍ଥାନରୁ ପଛକୁ ହଟୁ । ଏହାଦ୍ୱାରା ସୀମାରେ ଶାନ୍ତି ଫେରିବ । ପୂର୍ବରୁ ବିଭିନ୍ନ ପର୍ୟ୍ୟାୟରେ ଆଲୋଚନା ବି ହୋଇଛି । କିନ୍ତୁ ସୁଧୁରୁ ନାହିଁ ଚୀନ । ବାରମ୍ବାର ପୂର୍ବ ଲଦାଖ ଭିତରେ ପ୍ରବେ ଶ ସହ ସୈନ୍ୟ ଠୁଳ କରୁଛି । ଗତବର୍ଷ ମେ ମାସରୁ ଲଦାଖେ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି ଭାରତ ଓ ଚୀନେ ସୈନିକ ।

Leave A Reply

Your email address will not be published.