Latest Odisha News

ଚୀନ-ତାଇୱାନ ବିବାଦ, ଦକ୍ଷିଣ ଚୀନ ସମୁଦ୍ରରେ ଯୁଦ୍ଧପୋତ ମୁତୟନ କଲା ଆମେରିକା

ତାଇପେ: ଆମେରିକାରେ ଜୋ ବାଇଡେନ ସରକାର କ୍ଷମତା ଗ୍ରହଣ କରିବା ପରେ ଚୀନ ଓ ଆମେରିକା ମଧ୍ୟରେ ପୁଣି ଥରେ ମୁହାଁମୁହିଁ ଆରମ୍ଭ ହୋଇଛି । ଏଥରକ ମୁହାଁମୁହିଁ ତାଇୱାନକୁ ନେଇ ଆରମ୍ଭ ହୋଇଛି । ପୂର୍ବରୁ ତାଇୱାନରେ ଚୀନର ୧୨ଟି ଲଢ଼ୁଆ ଯୁଦ୍ଧ ବିମାନ ପହଞ୍ଚି ସାରିଥିବା ବେଳେ ଏହାର ଜବାବରେ ଆମେରିକା ତାର ଲଢ଼ୁଆ ଯୁଦ୍ଧପୋତକୁ ଦକ୍ଷିଣ ଚୀନ ସମୁଦ୍ରରେ ମୁତୟନ କରିଛି । ତେବେ, ଯୁଦ୍ଧପୋତ ମୁତୟନ ନେଇ ଆମେରିକା କହୁଛି- ଏହା ‘ସମୁଦ୍ର ସ୍ୱତନ୍ତ୍ରତା’ ମିଶନକୁ ଆଗକୁ ନେବ ।

ବିସ୍ତାବାଦୀ ଚୀନ, ତାଇୱାନକୁ ନିଜ ଅଂଶ ବୋଲି ଦାବି କରୁଛି । ଏପରିକି ବାରମ୍ବାର ତାଇୱାନ ସୀମାରେ ଚୀନ ଧସଇ ପଶୁଛି । ଶନିବାର ଚୀନର ଲଢ଼ୁଆ ଯୁଦ୍ଧ ବିମାନକୁ ତାଇୱାନର ଏୟାର ସ୍ପେଶରେ ଦେଖିବାକୁ ମିଳିଥିଲା । ପରମାଣୁ ଆକ୍ରମଣ କରିବାକୁ କ୍ଷମତା ଥିବା କିଛି ବିମାନ ଏଥିରେ ଥିଲେ । ଏହି ଘଟଣା ପରେ ତୁରନ୍ତ ଆମେରିକା ଦକ୍ଷିଣ ଚୀନ ସାଗରରେ ଯୁଦ୍ଧପୋତ ମୁତୟନ କକରିଛି ।

ପୂର୍ବରୁ ଚୀନ ସବୁବେଳେ ଅଭିଯୋଗ କରୁଛି- ଆମେରିକା ନୌସେନା ଦକ୍ଷିଣ ଚୀନ ସାଗରରେ ଅନୁପ୍ରବେଶ କରୁଛି ।

Leave A Reply

Your email address will not be published.