Latest Odisha News

BREAKING NEWS

କଦଳୀ ଗଛକୁ ବିବାହ କରୁଛନ୍ତି ଝିଅ, କାରଣ ଜାଣିଲେ ତାଜୁବ ହୋଇଯିବ

ବିଶ୍ୱରେ ଏମିତି ଅନେକ ଦେଶ ଅଛି, ଯେଉଁଠି ବିଭିନ୍ନ ପ୍ରକାରର ଅଦ୍ଭୁତ ପରମ୍ପରା ପ୍ରଚଳିତ। ଏଭଳି ଏକ ଅଦ୍ଭୁତ ପରମ୍ପରା ରହିଛି ଆସାମର ସୋଲମାରୀ ଗାଁରେ। ଏଠାରେ ଝିଅମାନଙ୍କ ବିବାହ କଦଳୀ ଗଛ ସହ ସମ୍ପନ୍ନ କରାଯାଇଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଏହି ନିଆରା ବିବାହକୁ ‘ତୋଲିନି ବିବାହ’ କୁହାଯାଏ। ପରମ୍ପରା ଅନୁସାରେ, ଯେତେବେଳେ ଝିଅ ପିଲାଦିନ ଅତିକ୍ରମ କରି କିଶୋରାବସ୍ଥାରେ ଉପନୀତ ହୁଏ ଅର୍ଥାତ ପ୍ରଥମ ଋତୁଚକ୍ରରେ ପ୍ରବେଶ କରେ ସେତେବେଳେ ଏହି ବିବାହର ଆୟୋଜନ କରାଯାଏ।

ଭାରତରେ ଆଜି ବି ମାସିକ ଧର୍ମକୁ ନେଇ ଖୋଲାଖୋଲି ଆଲୋଚନା କରାଯାଏ ନାହଁି। କିନ୍ତୁ ଭାରତର କିଛି ସ୍ଥାନରେ ଯେମିତିକି ଆସାମ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ଝିଅମାନେ କିଶୋରାବସ୍ଥାରେ ପହଞ୍ଚତ୍ବା ପରେ ଏଭଳି ଆୟୋଜନ କରି ସେମାନଙ୍କ ବିବାହ କରାଯାଏ। ଏହି ସମୟରେ ଝିଅଙ୍କୁ ସୂର୍ଯ୍ୟଙ୍କ କିରଣରୁ ଦୂରେଇ ରଖାଯାଏ। ଖାଦ୍ୟରେ କେବଳ ଫଳ, କଞ୍ଚା କ୍ଷୀର ଏବଂ ପିଠା ଦିଆଯାଏ। କାରଣ ଏ ସମୟରେ ରନ୍ଧାଖାଦ୍ୟ ସେବନ ଦ୍ୱାରା ଅନିଷ୍ଟ ହୋଇଥାଏ ବୋଲି ଅନ୍ଧବିଶ୍ୱାସ ରହିଛି। ବିବାହ ସମ୍ପନ୍ନ ହେବା ପର୍ଯ୍ୟନ୍ତ ଝିଅକୁ ଭୂଇଁରେ ଶୋଇବାକୁ ପଡ଼େ। ଏ ସମୟରେ କୌଣସି ପୁରୁଷଙ୍କ ଚେହେରା ସେମାନଙ୍କୁ ଦେଖିବାକୁ ବାରଣ କରାଯାଇଥାଏ।

Comments are closed.