Latest Odisha News

BREAKING NEWS

ଉଚ୍ଚା କପାଳକୁ ନେଇ ଚିନ୍ତିତ ଯୁବତୀ: ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କଲେ ହେୟାର ଟ୍ରାନ୍ସପ୍ଲାଣ୍ଟ

ବ୍ରିଟେନ: ଅନେକ ଲୋକ ମୁଣ୍ଡରେ କମ୍ କେଶ ହେଉ ବା ଚନ୍ଦାପଣକୁ ନେଇ ଚିନ୍ତାଗ୍ରସ୍ତ ହୋଇଥାନ୍ତି । ଆଉ କିଏ ନିଜର ଉଚ୍ଚା କପାଳକୁ ନେଇ ମଧ୍ୟ ଖୁସି ନ ଥାନ୍ତି । କାରଣ ଅନେକ ଲୋକ ତାଙ୍କୁ ଥଟ୍ଟା ପରିହାସ କରିଥାନ୍ତି । ତେବେ ବ୍ରିଟେନର ଜଣେ ଯୁବତୀ ନିଜର କପାଳ ଉଚ୍ଚାକୁ ନେଇ ଚିନ୍ତିତ ହେବା ସହ ଦୁଃଖି ରହୁଥିଲେ । ଏବେ ଯୁବତୀ ଜଣକ ହେୟାର ଟ୍ରାନ୍ସପ୍ଲାଣ୍ଟ କରିଛନ୍ତି । କିନ୍ତୁ ଏଥିପାଇଁ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି ।

କେଲସି ନାମକ ଜଣେ ଯୁବତୀ ବ୍ରିଟେନରେ ରୁହନ୍ତି । ସେ ସୋସିଆଲ ମିଡ଼ିଆରେ ଖୁବ୍ ଲୋକପ୍ରିୟ । ସେ ଦେଖିବାକୁ ସୁନ୍ଦର ହୋଇଥିଲେ ମଧ୍ୟ ତାଙ୍କ କପାଳ ବହୁତ ଉଚ୍ଚା । ଏତେ ଉଚ୍ଚା ଥିଲା ଯେ କେଶ ଅଧା ଦେଖାଯାଉଥିଲା । ସେଥିଲାଗି ଛୋଟବେଳୁ ସାଙ୍ଗମାନେ ତାଙ୍କୁ ଥଟ୍ଟା ପରିହାସ କରୁଥିଲେ । ଏହାକୁ ନେଇ ସେ ସବୁବେଳେ ଚିନ୍ତିତ ରହୁଥିଲେ । ବୟସ ବଢିବା ସହ କପାଳ ଆହୁରି ଉଚ୍ଚା ଦେଖାଗଲା । ଦିନେ ଅଭିନେତ୍ରୀ ଷ୍ଟେଫାନି ଡେଭିସ୍‌ଙ୍କ ହେୟାର ଟ୍ରାନ୍ସପ୍ଲାଣ୍ଟ ଭିଡିଓ ଦେଖିଲେ, ଯେଉଁଥିରେ ସେ ବ୍ରିଟିଶ ହେୟାର କ୍ଲିନିକକୁ ପ୍ରଶଂସା କରୁଥିଲେ, ସେତେବେଳେ ସେ ସ୍ଥିର କଲେ ଯେ ହେୟାର ଟ୍ରାନ୍ସପ୍ଲାଣ୍ଟ କରିବେ ।

ସେ ହେୟାର କ୍ଲିନିକରେ ଯାଇ ପହଞ୍ôଚଲେ । ଯେଉଁଠାରେ ସେ ତାଙ୍କ କପାଳରେ କେଶ ପ୍ରତିରୋପଣ କରିପାରିବେ ବୋଲି ଜାଣିଲେ । ତାଙ୍କର ଧାରଣା ଥିଲା ଯେ, କେବଳ ପୁରୁଷମାନେ ହିଁ କେଶ ରୋପଣ କରିଥାନ୍ତି । ଏହି ଭ୍ରାନ୍ତ ଧାରଣା ଦୂର ହେବା ସହ ନିଜେ ହେୟାର ଟାନ୍ସପ୍ଲାଣ୍ଟ କରିଲେ । ଏଥିଲାଗି ତାଙ୍କୁ ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା । ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିବା ସହ ହେୟାର ଟ୍ରାନ୍ସପ୍ଲାଣ୍ଟ କରିଥିବାରୁ ବହୁତ ଖୁସି । ଆଉ ସେ ତାଙ୍କ ଉଚ୍ଚା କପାଳକୁ ନେଇ ଚିନ୍ତିତ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.