Latest Odisha News

BREAKING NEWS

ନବ ଦାସ ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲେ ରାଜ୍ୟ ବିଜେପି ସଭାପତି

ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜବାବ ମାଗିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏକ ସାଧାରଣ ସଭାରେ ଯୋଗ ଦେଇ ରାଜ୍ୟ ବିଜେପି ସଭାପତି ପ୍ରଶ୍ନ କରିଛନ୍ତି ଯେ ଗତ ୧୪ ବର୍ଷ ମଧ୍ୟରେ ମନ୍ତ୍ରୀ ଓ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ କେତେଥର  ଭେଟିଛନ୍ତି?

ରାଜ୍ୟରେ ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥାର ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରି ଅନ୍ୟାୟ, ନିର୍ଯାତନା, ଆତଙ୍କ, ଦୁର୍ନୀତିର ଅନ୍ତ କେଉଁଠି ବୋଲି ମନମୋହନ ସାମଲ ପ୍ରଶ୍ନ କରିଛନ୍ତି। ସରକାର ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶାରିରୀକ ଓ ମାନସିକ ସ୍ଥିରତା ଉପରେ ପ୍ରଶ୍ନ ଉଠାଇ ସେ ପରାମର୍ଶ ଦେଇଛନ୍ତି ଯେ, ଯଦି ସେ ଏହି ପଦ ପାଇଁ ଯୋଗ୍ୟ ନୁହନ୍ତି ତେବେ ସେ ଇସ୍ତଫା ଦିଅନ୍ତୁ।

ସେ ଝାରସୁଗୁଡ଼ାବାସୀଙ୍କୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ଭୋଟ୍ ଦେବା ପାଇଁ ଅନୁରୋଧ କରି କହିଛନ୍ତି ଯେ ସେମାନେ ଟଙ୍କା ନୁହେଁ ବରଂ ଏକ ଶାନ୍ତିପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଚାହୁଁଛନ୍ତି। ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପିକୁ ଜିତାଇବାକୁ ଲୋକେ ଦାୟିତ୍ୱ ନେଇଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଲୋକମାନେ ନିଜ ମୈାଳିକ ସମସ୍ୟାକୁ ନେଇ ଲଢେଇ କରୁଛନ୍ତି ବୋଲି କହିଛନ୍ତି।

ଜାନୁଆରି ୨୯ ତାରିଖରେ ବିଧାୟକ ତଥା କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଯୋଗୁଁ ମେ’ ୧୦ ତାରିଖରେ ହେବାକୁ ଥିବା ଝାରସୁଗୁଡ଼ା ଉପ-ନିର୍ବାଚନକୁ ନେଇ ରାଜନୀତି ଜୋର ଧରିଛି। ମେ’ ୧୩ ତାରିଖରେ ଭୋଟ୍ ଗଣତି ହେବ। ନିଜ ପ୍ରାର୍ଥୀଙ୍କ ସପକ୍ଷରେ ନେତା ସମର୍ଥନ ଯୋଗାଡ଼ କରୁଛନ୍ତି। ଆସନ୍ତାକାଲି ପ୍ରଚାରର ଶେଷ ଦିନ ରହିଛି।

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ବହିଷ୍କୃତ ପୋଲିସ ଅଧିକାରୀ ଗୋପାଳ ଦାସ ଗିରଫ ହୋଇଛନ୍ତି। ହେଲେ ଘଟଣା ପଛର ରହସ୍ୟ କଣ ଏଯାବତ ସ୍ପଷ୍ଟ କରିନି କ୍ରାଇମବ୍ରାଞ୍ଚ। ବିଜେପି ବିଭିନ୍ନ ସମୟରେ ଏହି ହତ୍ୟାକାଣ୍ଡ ପଛରେ ଶାସକ ଦଳର କନ୍ଦଳ ରହିଛି ବୋଲି ଦାବି କରି ଆସୁଛି। ହେଲେ ବିଜେଡି ଏହାକୁ ଖାରଜ କରିଛି।

Leave A Reply

Your email address will not be published.