Latest Odisha News

ପୂନର୍ବାର ପ୍ରେମରେ ପଡିଲେ ଲଳିତ ମୋଦି

ନୂଆଦିଲ୍ଲୀ: ଆଇପିଏଲର ଫାଉଣ୍ଡର ଲଳିତ ମୋଦି ପୂନର୍ବାର ପ୍ରେମରେ ପଡିଛନ୍ତି । ଭାଲେନଟାଇନ ଡେ ଅବସରରେ ସେ ନିଜ ପ୍ରେମ ସମ୍ପର୍କରେ ଖୁଲାସା କରିଛନ୍ତି । ସେ ତାଙ୍କଠାରୁ ୨୫ ବର୍ଷ ସାନ ନୂଆ ପ୍ରେମିକା ସହ ଏକ ରୋମାଂଟିକ ଭିଡିଓ ମଧ୍ୟ ଶେୟାର କରିଛନ୍ତି । ମୋଦି ଏହି ଭିଡିଓ ଶେୟାର କରିବା ପରେ ସୁସ୍ମିତା ସେନଙ୍କ ସହ ତାଙ୍କର ବ୍ରେକଅପ ହୋଇ ଯାଇଥିବା ଆଶା କରାଯାଉଛି । ମୋଦି କିନ୍ତୁ ତାଙ୍କ ନୂଆ ପ୍ରେମିକାଙ୍କ ନାମ ଘୋଷଣା କରି ନାହାନ୍ତି । ଏହି ମହିଳାଙ୍କ ସହ ତାଙ୍କର ବନ୍ଧୁତା ୨୫ ବର୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ସେ କହିଛନ୍ତି ।

ଦ୍ୱିତୀୟ ଥର ପାଇଁ ମୁଁ ମୋର ଦୀର୍ଘ ଦିନର ବାନ୍ଧବୀଙ୍କ ସହ ପ୍ରେମରେ ପଡିଛି । ଲଳିତ ୧୯୯୧ରେ ମୀନଲ ମୋଦିଙ୍କୁ ବିବାହ କରିଥିଲେ । ୨୦୧୮ରେ କ୍ୟାନ୍ସରରେ ମୀନଲଙ୍କ ପରଲୋକ ହୋଇ ଯାଇଥିଲା । ଏହା ପରେ ସୁସ୍ମିତା ସେନଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ୨୦୨୨ରେ ଲଳିତ ସୋସିଆଲ ମିଡିଆରେ ଏହାର ଘୋଷଣା ମଧ୍ୟ କରିଥିଲେ ।

Comments are closed.