Latest Odisha News

BREAKING NEWS

ଭାରତରେ ଲଞ୍ଚ ହେବ ଏହି ଇଲେକ୍ଟ୍ରିକ୍ ଏସୟୁଭି, ଫୁଲ୍ ଚାର୍ଜରେ ମିଳିବ ୫୬୭ କିମି ରେଞ୍ଜ

ନୂଆଦିଲ୍ଲୀ: ଚାଇନାର ଅଗ୍ରଣୀ ଇଲେକ୍ଟ୍ରିକ୍ ଏସୟୁଭି ନିର୍ମାତା ବିଓ୍ବାଇଡି (BYD) ଖୁବ ଶୀଘ୍ର ଭାରତୀୟ ବଜାରରେ ଏକ  ଏସୟୁଭି ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। କମ୍ପାନୀ ଆଣୁଥିବା ଏହି ସିଲିଅନ୍ 7(Sealion7 ) ଇଲେକ୍ଟ୍ରିକ୍ ଏସୟୁଭି କେବେ ଲଞ୍ଚ ହେବ? କେଉଁ ମୂଲ୍ୟରେ ଏହା ଆସିବ?  ଆସନ୍ତୁ ଜାଣିବା ।

ଫେବୃଆରୀ ୧୭ରେ ଭାରତରେ ସିଲିଅନ୍ 7 ଲଞ୍ଚ ହେବ । ଏହା ଅଟୋ ଏକ୍ସପୋ ୨୦୨୫ରେ ପ୍ରଦର୍ଶିତ ହୋଇଥିଲା । ଏହାପରେ ଏହାର ବୁକିଂ ଜାନୁଆରୀ ୧୮ରୁ ଆରମ୍ଭ ହୋଇଥିଲା । ଆପଣ ଏହି ଏସୟୁଭିକୁ ଏବେ  ୭୦ ହଜାର ଟଙ୍କାରେ ବୁକ୍ କରିପାରିବେ । ଏହାର ପ୍ରାଇସ  ଫେବୃଆରୀ ୧୭ରେ ଘୋଷଣା କରାଯିବ ।

ଖବରମୁତାବକ, ସିଲିଅନ୍ 7  ଫୁଲ ଚାର୍ଜରେ ୫୬୭ କିଲୋମିଟର ରେଞ୍ଜ ଦେବ ।  ଏହାର ଦୁଇଟି ମଡେଲ ଆସିବ – ପ୍ରିମିୟମ୍ ଏବଂ ପରଫରମାନ୍ସ ।  ଏହି ସେଗମେଣ୍ଟରେ ଏହା Hyundai Ioniq 5, Kia EV6, BMW iX7 ଭଳି ଇଲେକ୍ଟ୍ରିକ୍ SUV ସହିତ ଟକ୍କର କରିବ ।

ଏହି ସିଲିଅନ୍ 7 ଇଲେକ୍ଟ୍ରିକ୍ ଏସୟୁଭି ରେ ୧୨-ସ୍ପିକର, ୱାରଲେସ୍ ଫୋନ୍ ଚାର୍ଜର, ୱାଟର ଡ୍ରପ ଟେଲ୍ ଲ୍ୟାମ୍ପ, ୧୫.୬ ଇଞ୍ଚ ଇନଫୋଟେନ୍ମେଣ୍ଟ ସିଷ୍ଟମ, ନାପା ଲେଦର ସିଟ୍, ୧୨୮ କଲର ଏମ୍ବିଏଣ୍ଟ ଲାଇଟ୍ସ, ପାନୋରୋମିକ୍ ସନରୁଫ୍, ହେଡ-ଅପ୍ ଡିସପ୍ଲେ ପରି ଫିଚର୍ସ ଦିଆଯାଇଛି ।

ଏଥିରେ  ୮୨.୫୬ kWh କ୍ଷମତା ବିଶିଷ୍ଟ ବ୍ୟାଟେରୀ ଯୋଗାଇଛି ।  ଏଥିରେ ଥିବା ମୋଟର ଏହାକୁ ୩୯୦ କିଲୋୱାଟର ପାୱାର ଏବଂ ୬୯୦ ନ୍ୟୁଟନ୍ ମିଟର ଟର୍କ ଜେନେରେଟ୍ କରେ । ଗାଡିରେ ଲାଗିଥିବା ମୋଟର  ମାତ୍ର ୪.୫ ସେକେଣ୍ଡରେ ହିଁ  ୧୦୦ କିଲୋମିଟର ସ୍ପିଡ ଧରି ପାରିବ । ଗାଡି ସହିତ କମ୍ପାନୀ ୭ KWର ପାୱାରର ଚାର୍ଜର ଦେବ ।

 

 

Comments are closed.