କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ‘ମୋଦି ସରନେମ୍’ ବିବାଦ ଯେମିତି ପିଛା ଛାଡିବାର ନାଁ ନେଉଁନି । ବର୍ତ୍ତମାନ ଆଇପିଏଲର ପ୍ରତିଷ୍ଠାତା ଲଳିତ ମୋଦି ମଧ୍ୟ ରାହୁଲ ଗାନ୍ଧୀଙ୍କର ଏହି ବୟାନ ପାଇଁ ତାଙ୍କୁ କୋର୍ଟକୁ ଟାଣିବାକୁ ନିଷ୍ପତ୍ତି ନେଇଛନ୍ତି। ସଂସଦ ପଦ ରଦ୍ଦ ପରେ ଏବେ ନିଜ ରାଜନୈତିକ କ୍ୟାରିୟରକୁ ନୂଆ ଦିଶା ଦେବାକୁ ଚେଷ୍ଟା କରୁଥୁବା ରାହୁଲଙ୍କୁ ଏବେ ବିଦେଶରୁ ମିଳିଛି ଧମକ । ମାନେ, ବ୍ରିଟେନ କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ଦାୟର କରିବେ ବୋଲି ଟ୍ଵିଟ୍ କରି ଧମକ ଦେଇଛନ୍ତି ଲଳିତ ମୋଦି । ନିଜ ଟ୍ଵିଟରେ ସେ ରାହୁଲ ଗାନ୍ଧୀଙ୍କୁ କୋର୍ଟକୁ ଟାଣିବାକୁ ନିଷ୍ପତ୍ତି ନେଇଥିବା ଲେଖିଛନ୍ତି। ଲଳିତ ଲେଖିଛନ୍ତି, ମୁଁ ନିଶ୍ଚିତ ଯେ ତାଙ୍କ ପାଖରେ ମୋ ବିରୋଧରେ ଦୃଢ଼ ପ୍ରମାଣ ରହିଛି, ତେଣୁ ମୁଁ ତାଙ୍କୁ କୋର୍ଟରେ ଭେଟିବି। ଆଉ ରାହୁଲଙ୍କୁ ସମ୍ପୂର୍ଣ୍ଣ ମୂର୍ଖ ହେବାର ଦେଖିବି।
ଏଥିସହ କଂଗ୍ରେସକୁ ମଧ୍ୟ ଲଳିତ ମୋଦି କଡ଼ା ସମାଲୋଚନା କରିଛନ୍ତି। ଅନେକ କଂଗ୍ରେସ ନେତାଙ୍କ ବିଷୟରେ ଉଲ୍ଲେଖ କରି ସେମାନଙ୍କୁ ବାସ୍ତବରେ ଦୁର୍ନୀତିଗ୍ରସ୍ତ ବୋଲି କହିଛନ୍ତି ଲଳିତ। ଏଥିସହ ନିଜ ସପକ୍ଷରେ ଯୁକ୍ତି ବାଢି କହିଛନ୍ତି, ଦେଶରେ କଡ଼ା ଆଇନ ପ୍ରଣୟନ ହେବା ମାତ୍ରେ ମୁଁ ଶୀଘ୍ର ଫେରିବି। ଗତ ୧୫ ବର୍ଷ ଭିତରେ ମୋ ବିରୋଧରେ ଗୋଟିଏ ବି ଟଙ୍କା ଅଭିଯୋଗ ପ୍ରମାଣିତ ହୋଇନାହିଁ କିମ୍ବା ମୁଁ ଟଙ୍କାଟିଏ ବି ନେଇ ନାହିଁ। ହଁ, ମୁଁ ଦୁନିଆର ସବୁଠୁ ବଡ଼ ସ୍ପୋର୍ଟିଙ୍ଗ୍ ଇଭେଣ୍ଟ ଛିଡ଼ା କରାଇଛି, ଯାହା ୧୦୦ ବିଲିୟନ ଡଲାରରୁ ଅଧିକ ଟଙ୍କା ରୋଜଗାର କରିଛି।
Comments are closed.