Latest Odisha News

BREAKING NEWS

ପୁଣି ବିଗିଡିଲା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା , ଏୟାର ଆମ୍ୱୁଲାନ୍ସରେ ଯିବେ ଦିଲ୍ଲୀ ଏମ୍ସ

ଦିଲ୍ଲୀ : ପୁଣି ବିଗିଡିଲା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା । ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଞ୍ଚିରୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯିବ  । ଲାଲୁଙ୍କ କିଡନୀ ଓ ହାର୍ଟରେ ସମସ୍ୟା ଥିଲା । ସେ କିଛି ଦିନ ହେବ ରାଞ୍ଜି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ହେଲେ ତାଙ୍କ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ ପଠାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ଲାଲୁଙ୍କ ସ୍ଥାସ୍ୟାବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ପୂର୍ବରୁ ଲାଲୁଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ପଠାଯାଇଥିଲା ।ଏବେ ପୁଣି ଥରେ ପଠାଯିବ ବୋଲି ଡାକ୍ତର ଡାକ୍ତର କାମେଶ୍ୱର କହିଛନ୍ତି । ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.