Latest Odisha News

BREAKING NEWS

ନାକଚ ହୋଇଯିବ କି ଲାଲୁ ଯାଦବ ଝିଅଙ୍କ ପ୍ରାର୍ଥୀପତ୍ର ?

ଛପରା: ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଏବେ ଅଡୁଆରେ ପଡି ଯାଇଛନ୍ତି । ସାରଣ ଲୋକସଭା ସିଟରୁ ସେ ଆରଜେଡି ଟିକେଟରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ତାଙ୍କ ନାମାଙ୍କନ ବୈଧ ନ ଥିବା ଦର୍ଶାଇ ବିଜେପି ଲିଗାଲ ସେଲର ପ୍ରଦେଶ ସଂଯୋଜକ ଏସଡି ସଞ୍ଜୟ ଅଭିଯୋଗ ଆଣିଛନ୍ତି । ଶପଥ ପତ୍ରରେ ସେ କେତେକ ତଥ୍ୟ ଲୁଚାଇବାକୁ ଚେଷ୍ଟା କରିଛନ୍ତି । ରୋହିଣୀ ତାଙ୍କ ଆୟ ସମ୍ପର୍କରେ ଠିକ ଭାବେ ସୂଚନା ଦେଇ ନାହାନ୍ତି । ଅଥଚ ତାଙ୍କ ଆକାଂଉଟକୁ ୨୦ ଲକ୍ଷ ଟଙ୍କା କିପରି ଆସିଲା ବୋଲି ସଞ୍ଜୟ କହିଛନ୍ତି । ତାଙ୍କ ପତି ସମରେଶ ସିଂଙ୍କ ନିକଟରେ ୧୦ ଲକ୍ଷ ଟଙ୍କା ଥିବା ବେଳେ ୨ କୋଟି ୫୫ ଲକ୍ଷ ୯୨୫ ଟଙ୍କାର ସମ୍ପତି ରହିଛି ବୋଲି ଶପଥ ପତ୍ରରେ ଦର୍ଶାଯାଇଛି ।

BjdElectrycity

ରୋହିଣୀ ତାଙ୍କ ପତିଙ୍କ ନିକଟରେ ୬ କୋଟି ୯୨ ଲକ୍ଷ ୪୦ ହଜାର ଅଛି ବୋଲି ଜଣାଇଛନ୍ତି । ୩ କୋଟି ଟଙ୍କା କେଉଁଠାରୁ ଆସିଲା ତାହା ଦର୍ଶାଯାଇନି । ଆୟକର ବିବରଣୀରେ ମଧ୍ୟ ତ୍ରୁଟି ରହିଛି । ସେହିପରି ସେ ତାଙ୍କ ଠିକଣା ଠିକ ଭାବେ ଲେଖି ନାହାନ୍ତି । ସେ ସିଙ୍ଗାପୁରରେ ରହୁଥିବା ବେଳେ କୌଟିଲ୍ୟ ନଗର ଉଲ୍ଲେଖ କରିଛନ୍ତି । ସେ ଭାରତୀୟ କିମ୍ବା ସିଙ୍ଗାପୁରର ନାଗରିକ ତାହା ମଧ୍ୟ ସ୍ପଷ୍ଟ କରି ନାହାନ୍ତି । ବିଜେପି ଅଭିଯୋଗ ନେଇ ଆରଜେଡି କିମ୍ବା ରୋହିଣୀଙ୍କ ପକ୍ଷରୁ କୌଣସି ବୟାନ ଆସି ନାହିଁ ।

Leave A Reply

Your email address will not be published.