Latest Odisha News

BREAKING NEWS

ମୁଢି ଖାଇଲେ ମିଳିବ ଏହିସବୁ ଆଶ୍ଚର୍ଯ୍ୟଜନକ ଫାଇଦା !

ଭୁବନେଶ୍ୱର: ଖୋଜି ଆସିଲେ ପ୍ରାୟତଃ ପ୍ରତ୍ୟେକ ଓଡ଼ିଆ ଘରୁ ମୁଢି ମିଳିଯିବ । ଓଡ଼ିଆ ଲୋକଙ୍କର ଏହା ମାନପସନ୍ଦର ଜଳଖିଆ ଅଟେ । ମୁଢିକୁ ସଧାରଣତଃ ସବୁ ଜିନିଷ ସହ ମିଶେଇ ଖାଇ ହୁଏ।

କିଛି ଲୋକ ଚାହା ସହିତ ଏହାକୁ ଖାଇବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଏଥିରେ ମିକ୍ସଚର, ପିଆଜ, ଖଟା ପକାଇ ବାରମଜା ପ୍ରସ୍ତୁତ କରି ଖାଇବାକୁ ପସନ୍ଦ କରିଥାନ୍ତି।

କେବଳ ଓଡିଆ ନୁହେଁ ବଙ୍ଗାଳୀ ଏବଂ ଅନ୍ୟ ରାଜ୍ୟର ଲୋକମାନେ ମଧ୍ୟ ମୁଢି ଖାଇବାକୁ ଖୁବ ପସନ୍ଦ କରନ୍ତି।

 

କଣ ଆପଣ ଜାଣନ୍ତି ଏହି ମୁଢ଼ି ଖାଇବା ଦ୍ୱାରା ଆମ ଶରୀରକୁ ବହୁ ପ୍ରକାରର ଲାଭ ମିଳିଥାଏ ? ଜାଣନ୍ତୁ ଏହା ସମ୍ପର୍କରେ….

ମୁଢି ଖାଇବା ଦ୍ୱାରା ଏହା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ। ମୁଢିରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ ରହିଛି ଯାହା ଖାଇବା ଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ ହୋଇଥାଏ।

ମୁଢିରେ ଭିଟାମିନ ଡି, କ୍ୟାଲସିୟମ, ଆଇରନ ଏବଂ ଫାଇବରର ଉତ୍ତମ ସ୍ରୋତ ହୋଇଥିବାରୁ ଏହା ଦାନ୍ତ ଏବଂ ହାଡ ଶକ୍ତ କରିବାରେ ସାହାଯ୍ୟ କରିଥାଏ ।

ମସ୍ତିଷ୍କରେ ବିକାଶ ମୁଢିରେ ନ୍ୟୁରୋ ଟ୍ରାନ୍ସମିଟର ନ୍ୟୁଟ୍ରିଏଣ୍ଟ ରହିଛି ଯାହା ମସ୍ତିଷ୍କର ବିକାଶ କରିବା ସହିତ ବ୍ରେନର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିଥାଏ।

ଏହାର ନିମ୍ନ ସୋଡିୟମ କଣ୍ଟେଣ୍ଟ ରକ୍ତ ଚାପ ସ୍ତରକୁ ପରିଚାଳନା କରିଥାଏ। ଏବଂ ରକ୍ତ ଚାପରେ ସଠିକ ନିୟନ୍ତ୍ରଣ ରଖିଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ମୁଢି ଭିଟାମିନ ବି ଏବଂ ମିନେରାଲରତ୍ତଉତ୍ତମ ସ୍ରୋତ ହୋଇଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ରୋଗରୁ ମୁକ୍ତି ପ୍ରଦାନ କରିଥାଏ।

ମୁଢିରେ କ୍ୟାଲୋରୀର ମାତ୍ରା ଖୁବ କମ ତେଣୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏବଂ ଏହା ଦ୍ୱାରା ହୃଦଘାତର ଆଶଙ୍କା ମଧ୍ୟ କମ ହୋଇଥାଏ।

Leave A Reply

Your email address will not be published.