ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ଜଣ ସିଆରପିଏଫ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଯବାନ ହେଲେ ପଲବନ କୁମାର ବିଶ୍ବାସ, ସଦାଶିବ ଯାଦବ, ଓମପ୍ରକାଶ ଓ ରାଜିବ ରଞ୍ଜନ । ସମସ୍ତ ଆହତ ଯବାନଙ୍କୁ ତୁରନ୍ତ ବିଜାପୁର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, କୁମ୍ବିଂ ଅପରେସନ ସାରି ଯବାନମାନେ କ୍ୟାମ୍ପକୁ ଫେରୁଥିବା ବେଳେ, ନକ୍ସଲମାନେ ଚିନ୍ନାକୋଡ଼େପାଲର ଟି-ପଏଣ୍ଟ ଓ ମୁରକିନାର ମୁଖ୍ୟ ରାସ୍ତାରେ ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି । ଘଟଣାସ୍ଥଳରେ ସିଆରପିଏଫ ଓ ଡିଆରଜି ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।
BREAKING NEWS
- Cyclone Murasu: ସୁ ସୁ ଗର୍ଜନ କରି ମାଡି ଆସୁଛି ‘ମୁରାସୁ’, ଓଡିଶାରେ ଆରମ୍ଭ ହୋଇଗଲାଣି ବର୍ଷା! ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ…
- କାର୍ତ୍ତିକ ମାସର ପ୍ରଥମ ସୋମବାର, ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି…
- IND vs NZ: ୱାନଡେ ସିରିଜ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଝଟ୍କା, ଦୁଇ ମୁଖ୍ୟ ଖେଳାଳି ଆହତ ହୋଇ ବାହାରେ
- ବାତ୍ୟା ମୁରାସୁ ପ୍ରଭାବ; ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷିବ
- ୬୧ ବର୍ଷରେ ଶାହରୁଖ ଖାନ, ଫ୍ୟାନ୍ସଙ୍କୁ ଦେଲେ ଏହି ଗିଫ୍ଟ…
- ଆମେରିକାର ଫ୍ଲୋରିଡାରେ ଭୟଙ୍କର ବିମାନ ଦୁର୍ଘଟଣା: ଘରୋଇ ଜେଟ୍ କ୍ରାସ୍, ପାଇଲଟଙ୍କ ସହ ୯ ମୃତ
- ଭୀଷଣ ବାତ୍ୟାରେ ପରିଣତ ହେଲା ‘ମୁରାସୁ’
- ଅର୍ଣ୍ଣବ କ୍ଷୟକ୍ଷତିର ଆକଳନ; ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍
- Hylo Open 2026:ଭାରତ ପାଇଁ ଦ୍ୱିଗୁଣ ଖୁସି: ପି.ଭି. ସିନ୍ଧୁଙ୍କ ପରେ ଲକ୍ଷ୍ୟ ସେନ୍ ଜିତିଲେ ହାଇଲୋ ଓପନ୍ ଟାଇଟଲ୍
- ବାତ୍ୟା ‘ଅର୍ଣ୍ଣବ’: ୬ ଜିଲ୍ଲାକୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
Comments are closed.