Latest Odisha News

BREAKING NEWS

ଯୁବକଙ୍କ ଉପରେ ଚଢ଼ିଗଲା ହାଇୱା, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥରେ ଅଭାବନୀୟ ଘଟଣା । ବଡଝରା ନିକଟରେ ଯୁବକଙ୍କ ଉପରେ ଚଢ଼ିଗଲା ହାଇୱା ଟ୍ରକ । ଫଳରେ ପରଜଙ୍ଗ ଥାନା ବଡଝରା ଗାଁର ପ୍ରଫୁଲ୍ଲ ପଣ୍ଡା ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଗୁରତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ମେଡ଼ିକାଲ ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ପ୍ରଫୁଲ୍ଲ ଗାଁ ପାଖ ପୋଖରୀରୁ ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ପରଜଙ୍ଗ ଆଡୁ କାମାକ୍ଷାନଗର ଅଭିମୁଖେ ଆସୁଥିବା ଏକ ହାଇୱା ତାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ସେ ଗୁରତର ଅଛନ୍ତି । ଖବର ପାଇ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ୍ କରିଛନ୍ତି । କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

 

Comments are closed, but trackbacks and pingbacks are open.