Latest Odisha News

BREAKING NEWS

ବାତ୍ୟା ‘ଗୁଲାବ’ର ପ୍ରଭାବ, ଘାଟିରେ ଧସିଲା ପଥର

କୋରାପୁଟ: ବାତ୍ୟା ‘ଗୁଲାବ’ର ପ୍ରଭାବ । ସୁଙ୍କି-ରାଲେଗଡା ଘାଟିରେ ଘାଟିରେ ଧସିଲା ପଥର । ବାତ୍ୟା ଗୁଲାବ ପ୍ରଭାବରେ କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଳକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲାର ସୁଙ୍କି ଓ ରାଲେଗଡ଼ା ଘାଟି ରାସ୍ତାରେ ପାହାଡ଼ ଧସି ଜାତୀୟ ରାଜପଥ ୨୬ରେ ଦୀର୍ଘ ୨୪ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେଲା ଅବରୋଧ ହୋଇ ରହିଛି ।

ଏହାସହ ଯାନବାହାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଘଟଣା ସ୍ଥଳରେ ଏନଡିଆରଏଫ ଓ ଓଡ୍ରାଫ ଟିମ୍ ପହଁଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଆହୁରି ମଧ୍ୟ ଜିଲ୍ଲାର ୧୦୩ ଗ୍ରାମରେ ୩୨୫ଟି ଘର ଭାଙ୍ଗି ଯାଇଥିବା ବେଳେ ୨୭୫୪୦ଜଣ ପ୍ରଭାବିତ ହୋଇଛନ୍ତି ।

ସେଠାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସରକାରୀ କର୍ମଚାରୀ ଓ ବିଦ୍ୟୁତ ବିଭାଗ ମଧ୍ୟ ସଜାଗ ରହିଛି । ଏହା ସହ ୫ ଦିନ ମଧ୍ୟରେ କ୍ଷୟକ୍ଷତି ବାବଦରେ ସମସ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

Comments are closed.