Latest Odisha News

ଖଟିଆରେ ବୁହାହେଲେ ଗର୍ଭବତୀ, ରାସ୍ତାରେ ଜନ୍ମହେଲା ଶିଶୁପୁତ୍ର

ଋାୟଗଡ଼ା :  ଜନନୀ ଭୋଗୁଛି ଯନ୍ତ୍ରଣା । ରାସ୍ତା ନଥିବାରୁ ପହଁଚିପାରିଲାନି ୧୦୮ ଆମ୍ବୁଲାନ୍ସ ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତର ମହାପଙ୍ଗ ବ୍ଲକରେ ସଲମି ଜାଗରଙ୍ଗା ନାମକ ଜଣେ ମହିଳା ପ୍ରସବ ବେଦନା ପାଉଥିବା ବେଳେ ୧୦୮ ଆମ୍ବୁଲାନ୍ସ ତାଙ୍କ ପାଖରେ ପହଁଚିପାରିଲାନାହିଁ । ଖଟିଆରେ ତାଙ୍କୁ ଗାଁ ଲୋକ ବୋହିନେବା ସମୟରେ ସଲମି ଅଧାରାସ୍ତାରେ ପ୍ରସବ କରିଥିଲେ। ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ଜଣାପଡ଼ିଛି ।

ଫଳରେ ଆମ୍ବୁଲାନ୍ସ ପାଖରେ ମହିଳା ପହଁଚିପାରିନଥିଲେ । ଅନ୍ୟପଟେ ଗାଁକୁ ରାସ୍ତା ନଥିବା ସହ ପ୍ରବାହିତ ନାଳ ଉପରେ ବ୍ରିଜ ନଥିବାରୁ ଏପରି ଅସୁବିଧାରେ ପଡୁଛନ୍ତି ମହାପଙ୍ଗ ବ୍ଲକର ଲୋକମାନେ ।

Leave A Reply

Your email address will not be published.