Latest Odisha News

BREAKING NEWS

ଲ୍ୟାପଟପ୍‌ ବିସ୍ଫୋରଣରୁ ଅଗ୍ନିକାଣ୍ଡ; ଅଳ୍ପକେ ବର୍ତ୍ତିଲେ ଯୁବକ

ଗାଜିଆବାଦ: ଉତ୍ତର ପ୍ରଦେଶ ଗାଜିଆବାଦ ଠାରେ ଏକ ଲ୍ୟାପଟପ୍‌ ବିସ୍ଫୋରଣ ଘଟିଛି । ଲାପଟପର ମାଲିକ ରାହୁଲ କୁମାର ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ନୋଏଡ଼ା ସେକ୍ଟର ୬୨ରେ ରହୁଥିବା ରାହୁଲ ଏକ ନେଟୱର୍କିଂ କମ୍ପାନିରେ କାମ କରନ୍ତି । ରାହୁଲ ମଙ୍ଗଳବାର ନିଜ ରୁମ ଖଟ ଉପରେ ବସି ବିଛଣାରେ ଲ୍ୟାପଟପ ରଖି କାମ କରୁଥିଲେ। ନିଦ ଲାଗିବାରୁ ଲ୍ୟାପଟପକୁ ସ୍ଲିପ ମୋଡ଼ରେ ଛାଡ଼ିଦେଇ ଶୋଇ ପଡ଼ିଥିଲେ।

ତେବେ ବୁଧବାର ସକାଳ ପାଖାପାଖି ୮ ଟା ବେଳକୁ ତାଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କ ନିଦ ଭାଙ୍ଗି ଯାଇଥିଲା। ଉଠି ଦେଖିଲା ବେଳକୁ ଘର ସାରା ଧୁଆଁ ଭରି ଯାଇଥିଲା। ସେ ଲ୍ୟାପଟପ ରଖିଥିବା ଘରକୁ ଆସି ଦେଖନ୍ତି ଲ୍ୟାପଟପ ସହିତ ସମସ୍ତ ଜିନିଷ ଜଳି ପାଉଁଶ ହୋଇଯାଇଛି।

ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଗାଧୋଇବା ଘରର କାଚ ଭାଙ୍ଗି ଏକ ରଶି ସାହାଯ୍ୟରେ ୬ ନମ୍ବର କୋଠାର ବାଲକୋନୀରେ ଓହ୍ଲାଇ ପଡ଼ୋଶୀଙ୍କୁ ଡାକ ପକାଇ ନିଆଁ ଲାଗିବା ଖବର ଦେଇଥିଲେ ରାହୁଲ ।

ଏହାପରେ ପଡେଶୀ ଦମକଳ ବିଭାଗ ସୂଚନା ଦେଇଥିଲେ । ସୂଚନା ପାଇବା କ୍ଷଣି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Leave A Reply

Your email address will not be published.