Latest Odisha News

୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ: ନଭେମ୍ବର ୨୯ରେ କଳିଙ୍ଗ ଷ୍ଟାଡ଼ିୟମ ପରିଦର୍ଶନ କରିବ ଫିଫା ଟିମ୍

ଭୁବନେଶ୍ୱର: ଇଣ୍ଟରନ୍ୟାସନାଲ୍ ଫେଡ଼େରେସନ ଅଫ ଆସୋସିଏସନ ଫୁଟବଲ୍ ‘ଫିଫା’ର ଏକ ପ୍ରତିନିଧି ଦଳ ଏକ ୬ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଫିଫାର ଏହି ପ୍ରତିନିଧି ଦଳ ଭାରତରେ ଅନୁଷ୍ଠିତ ହେଉଥିବା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଲାଗି ଆସନ୍ତା ନଭେମ୍ବର ୨୯ ତାରିଖରେ କଳିଙ୍ଗ ଷ୍ଟାଡ଼ିୟମ ପରିଦର୍ଶନ କରିବ ।

୧୭ ବର୍ଷରୁ କମ୍ ମହିଳା ବିଶ୍ୱକପର ପ୍ରୋଜେକ୍ଟ ଲିଡ୍ ଓଲିଭର୍ ଭୋଗଟ୍ ଏହି ପ୍ରତିନିଧି ଦଳର ନେତୃତ୍ୱ ନେଇଛନ୍ତି । କଳିଙ୍ଗ ଷ୍ଟାଡ଼ିୟମରେ ଏହି ମହିଳା ବିଶ୍ୱକପର ମ୍ୟାଚ ଅନୁଷ୍ଠିତ ହେଉଥିବା ଯୋଗୁଁ ଷ୍ଟାଡ଼ିୟମର ଭିତ୍ତିଭୂମି ପରିଦର୍ଶନ କରିବେ । ଏହାପରେ ଏହି ଟିମ୍ ଦିନ ୧୨ଟା ୩୦ ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ ।

ପ୍ରୋଜେକ୍ଟ ଲିଡ୍ ଓଲିଭର୍ ଭୋଗଟଙ୍କ ିସହିତ ଏହି ସାମ୍ବାଦିକ ସମ୍ମିଳନୀରେ ଯେଉଁମାନେ ଉପସ୍ଥିତ ରହିବେ ସେମାନେ ହେଲେ ଯଥାକ୍ରମେ, ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର (ଲୋକାଲ୍ ଅର୍ଗାନାଇଜିଂ କମିଟି) ରୋମା ଖାନ୍ନା, ଯୁବ ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ କ୍ରୀଡ଼ା ଓ ପର୍ଯ୍ୟଟନ ବିଭାଗର କମିଶନର୍ ତଥା ସଚିବ ବିଶାଲ୍ କୁମାର ଦେବ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଭିନ୍ନିଲ୍ କ୍ରୀଷ୍ଣା ପ୍ରମୁଖ ।

Leave A Reply

Your email address will not be published.