ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଧନୁପାଲି ପୋଲିସ ପକ୍ଷରୁ ନିଶା ବିରୋଧି ଅଭିଯାନ ନେଇ ଚଢାଉ ସମୟରେ ବିପୁଳ ନିଶା ଦ୍ରବ୍ୟ ଜବତ କରାଯାଇଛି । ଏହି ଘଟଣାରେ ମୋଟ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଏହା ସହିତ ଲଗଜୁରିୟସ କାର୍, ବୁଲେଟ୍ ଓ ଦାମୀ ଦାମୀ ମୋବାଇଲ ଆଦି ଜବତ କରାଯାଇଛି ।
ଖବର ମୁତାବକ, ଧନୁପାଲି ପୋଲିସ ପେଟ୍ରୋଲିଂ ସମୟରେ ଖବର ପାଇ ସରଲା ଛକ ନିକଟରେ ଚଢ଼ଉ କରିଥିଲା । ଏହି ସମୟରେ ଏକ କାରରେ ବିଭିନ୍ନ ପ୍ରକାରର ମାଦକ ଦ୍ରବ୍ୟ ଦେଖିବାକୁ ପାଇଥିଲା ପୋଲିସ । ଯାଞ୍ଚ ସମୟରେ ଘଟଣାସ୍ଥଳରୁ ପୋଲିସକୁ ୪୨ ଲିଟର ଦେଶୀ ମଦ, ୪୮ଟି ନିଶା କଫ ସିରପ, ୮୦୦ ମିଲିଲିଟର ଅପମିଶ୍ରିତ ନିଶା ଦ୍ରବ୍ୟ, ୪ଟି ନିଶା ବଟିକା ଷ୍ଟ୍ରିପ, ଗୋଟିଏ ଦାମିକିଆ କାର୍, ୪ଟି ମୋବାଇଲ ଫୋନ ମିଳିଥିଲା ।
ମାଦକ ଦ୍ରବ୍ୟ ସମ୍ପର୍କରେ କୌଣସି ସଠିକ କାଗଜପତ୍ର ଦେଖାଇ ନ ପାରିବାରୁ ପୋଲିସ ଘଟଣାସ୍ଥଳରୁ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ପୁଟିବନ୍ଧ ନିବାସୀ ଜ୍ଞାନେଶ୍ୱର ମହାକୁଡ (୨୦), ଅମୂଲ୍ୟ ମହାରଣା (୨୮), ମୋହିତ ବେହେରା (୧୯), ଡୁମେରପଡା (ଶାସନ ଥାନା) ନିବାସୀ ରାଜୁ ମହାନନ୍ଦ (୨୫) ଓ ସିକ୍ରାପାଲି ନିବାସୀ ଜନ୍ମେଜୟ ପ୍ରଧାନ (୨୯) ।
ସେହିଭଳି ଅନ୍ୟ ଏକ ଘଟଣାରେ ପୋଲିସ ପାଟ୍ରୋଲିଂ ସମୟରେ ବେଆଇନ ଭାବରେ ନିଶା ଦ୍ରବ୍ୟ କାରବାର ଚାଲିଥିବାର ଖବର ପାଇ ଚଢ଼ଉ କରିଥିଲା । ଘଟଣାରେ ପୋଲିସ ଆଉ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସଦର ଥାନା ଅଞ୍ଚଳର ରାସନପୁର ନିବାସୀ ମହେଶ କୁମାର ନାଏକ (୨୩) ଏବଂ ତାଲପାଲି ନିବାସୀ ପ୍ରବୀଣ ଗର୍ଡିଆ (୨୪) ।
Comments are closed.