ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶ ଦେଶ ବୁଲି ଅପରେସନ ସିନ୍ଦୂର ନେଇ ଦେଶର ପକ୍ଷ ରଖିବେ ଭାରତର ସାଂସଦ । ଏନେଇ ବିଜେପି ସରକାରଙ୍କ ପକ୍ଷରୁ କିଛି ସାଂସଦଙ୍କୁ ଚୟନ କରାଯାଇଛି । ଭାରତ ଦ୍ୱାରା ୭ ଟି ପ୍ରତିନିଧିମଣ୍ଡଳ ଗଠନ କରାଯାଇଛି, ଯେଉଁଥିରେ ମୋଟ ୫୯ ଜଣ ସଦସ୍ୟ ଅଛନ୍ତି। ତେବେ ସାଂସଦଙ୍କ ବିଦେଶ ଯାତ୍ରା ପୂର୍ବରୁ ବିଦେଶ ସଚିବ ବିକ୍ରମ ମିଶ୍ରୀ ଦୁଇଟି ପର୍ଯ୍ୟାୟରେ ସାଂସଦମାନଙ୍କୁ ବ୍ରିଫିଂ କରିବେ ।
ପ୍ରଥମ ପର୍ଯ୍ୟାୟ ବ୍ରିଫିଂ ମେ ୨୦ ତାରିଖରେ ସଂସଦ ଭବନରେ ଅନୁଷ୍ଠିତ ହେବ । ଦ୍ୱିତୀୟ ପର୍ୟ୍ୟାୟ ବ୍ରିଫିଂ ମେ ୨୩ ତାରିଖରେ ଅନୁଷ୍ଠିତ ହେବ । ସାତଟି ପ୍ରତିନିଧି ଦଳ ବିଶ୍ୱର ୩୨ଟି ଦେଶ ଗସ୍ତ କରିବେ ଏବଂ ପାକିସ୍ତାନ କିପରି ସବୁବେଳେ ଆତଙ୍କବାଦକୁ ପ୍ରୋତ୍ସାହିତ କରିଆସୁଛି ତାହା ବ୍ୟାଖ୍ୟା କରିବେ। ଏହି ପ୍ରତିନିଧିମଣ୍ଡଳୀରେ ବିଭିନ୍ନ ଦଳର ସାଂସଦମାନଙ୍କୁ ସାମିଲ କରାଯାଇଛି।
ପ୍ରଥମ ପର୍ୟ୍ୟାୟ ବ୍ରିଫିଂ ମେ ୨୦ ତାରିଖରେ ସଂସଦ ଭବନରେ ଅନୁଷ୍ଠିତ ହେବ ଏବଂ ଏହି ସମୟରେ ଶ୍ରୀକାନ୍ତ ସିନ୍ଦେ, କାନିମୋଝି ଏବଂ ସଞ୍ଜୟ ଝାଙ୍କ ନେତୃତ୍ୱରେ ତିନୋଟି ପୃଥକ ପ୍ରତିନିଧିମଣ୍ଡଳକୁ ବ୍ରିଫିଂ ଦିଆଯିବ। ଏହା ପରେ ଏହି ତିନୋଟି ଗ୍ରୁପ ୨୧ ରୁ ୨୩ ମେ ମଧ୍ୟରେ ବିଦେଶ ଗସ୍ତ କରିବେ।
ଦ୍ୱିତୀୟ ପର୍ଯ୍ୟାୟ ବ୍ରିଫିଂ ମେ ୨୩ ତାରିଖରେ ଅନୁଷ୍ଠିତ ହେବ ଏବଂ ଏଥିରେ ସୁପ୍ରିୟା ସୁଲେ, ବୈଜୟନ୍ତ ପଣ୍ଡା, ରବି ଶଙ୍କର ପ୍ରସାଦ ଏବଂ ଶଶି ଥରୁରଙ୍କ ନେତୃତ୍ୱରେ ଚାରୋଟି ପୃଥକ ପ୍ରତିନିଧିମଣ୍ଡଳକୁ ବିକ୍ରମ ମିଶ୍ର ସୂଚନା ଦେବେ। ଏହା ପରେ ଏହି ଦଳ ୨୩ ରୁ ୨୫ ମେ ମଧ୍ୟରେ ବିଦେଶ ଗସ୍ତ କରିବେ।
ଅପରେସନ ସିନ୍ଦୂର ସମୟରେ ମଧ୍ୟ ବିକ୍ରମ ମିଶ୍ରୀ ସେନା ଅଧିକାରୀ କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ୱୋମିକା ସିଂହଙ୍କ ସହିତ ଲଗାତାର ପ୍ରେସ ବ୍ରିଫିଂ କରୁଥିଲେ। ଏହି ସମ୍ପୂର୍ଣ୍ଣ ଅପରେସନ୍ ବିଷୟରେ ଦେଶକୁ ବିସ୍ତାରିତ ଭାବରେ କହିବା ଏବଂ ପାକିସ୍ତାନର ପ୍ରତ୍ୟେକ ମିଛକୁ ପର୍ଦ୍ଦାଫାସ କରିବାର ଦାୟିତ୍ୱ ତାଙ୍କ କାନ୍ଧରେ ଥିଲା।
ଏପରି ପରିସ୍ଥିତିରେ ବିଦେଶ ଯାଉଥିବା ସାଂସଦମାନଙ୍କୁ ସୂଚନା ଦେଇ ସେ ସେମାନଙ୍କ ସମ୍ମୁଖରେ ଭାରତର ଆଧିକାରିକ ମତ ଉପସ୍ଥାପନ କରିବେ । ଯାହା ଦ୍ଵାରା ବିଦେଶରେ ଥିବା ସମସ୍ତ ସାତ ପ୍ରତିନିଧିମଣ୍ଡଳୀ ପ୍ରତ୍ୟେକ ପ୍ରସଙ୍ଗରେ ଖୋଲାଖୋଲି ଆଲୋଚନା କରିପାରିବେ।
Comments are closed.