Latest Odisha News

BREAKING NEWS

ଦ୍ୱୈତ ନଗରୀରେ ସୁଗମ ହେବ ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟକ୍ଷମ ହେଲା କମିଶନରେଟ ପୋଲିସର ସିକ୍ୟୁରିଟି ଡିଭିଜନ

ଭୁବନେଶ୍ବର : ସୋମବାର କାର୍ଯ୍ୟକ୍ଷମ ହୋଇଛି କମିଶନରେଟ ପୋଲିସର ସିକ୍ୟୁରିଟି ଡିଭିଜନ୍। ଭୁବନେଶ୍ୱର-କଟକ ଦ୍ୱୈତ ନଗରୀରେ ସୁରକ୍ଷା ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଯେଉଁ ପ୍ରସ୍ତାବ ଥିଲା, ତାହାକୁ ସରକାର ଗ୍ରହଣ କରିବା ପରେ ଆଜି ପୋଲିସ ସେବା ଭବନରେ ସ୍ୱତନ୍ତ୍ର ସିକ୍ୟୁରିଟି ୱିଙ୍ଗ୍ କମାଣ୍ଡ ସେଣ୍ଟରର ଉଦଘାଟନ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏହି ୱିଙ୍ଗ୍ ମୁଖ୍ୟତଃ ୪ଟି ଦାୟିତ୍ବ ବହନ କରିବ । ସେଗୁଡିକ ହେଲା ଭିଆଇପି ସୁରକ୍ଷା, ଷ୍ଟାଟିକ ଆଣ୍ଡ ଭାଇଟାଲ ଇନଷ୍ଟଲେସନ ସିକ୍ୟୁରିଟି, ଏମରଜେନ୍ସି ରେସ୍ପୋନ୍ସ ୟୁନିଟ ଏବଂ ଟେକନିକାଲ ଆଣ୍ଡ ଲଜିଷ୍ଟିକ ୟୁନିଟ୍ । ଏହି ୱିଙ୍ଗ୍‌ଟି କମିଶନରେଟ ପୋଲିସ ଅଧିନରେ ରହିବ ଓ ଏହାର ଦାୟିତ୍ବ ଜଣେ ଏସପିସ୍ତରୀୟ କମାଣ୍ଡାଣ୍ଟ ଅଫିସର ବହନ କରିବେ। ଏଥିସହ ଇଣ୍ଟେଲିଜେନ୍ସ୍ ୱିଙ୍ଗ୍ ସହିତ ଏହାର ଲିଙ୍କ୍ ରହିବ। ଏମରଜେନ୍ସି ରେସ୍ପନ୍ସ ଘଟଣାର ମନିଟରିଂ ମଧ୍ୟ ସିକ୍ୟୁରିଟି ଡିଭିଜନ କରିବ।

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଏହି ସିକ୍ୟୁରିଟି ଡିଭିଜନ ଯୋଗୁଁ ଟ୍ୱିନ୍ ସିଟିରେ ଆଉ ଭିଭିଆଇପି ଓ ଭିଆଇପିଙ୍କ ସୁରକ୍ଷା ନେଇ ଚିନ୍ତା ରହିବନାହିଁ। ପୁରା ରାଜ୍ୟ ପାଇଁ ଯେଭଳି ଗୁଇନ୍ଦା ନିର୍ଦ୍ଦେଶକଙ୍କ ଅଧୀନରେ ସିକ୍ୟୁରିଟି ୱିଙ୍ଗ୍ ରହିଛି, ଠିକ ସେହିଭଳି ଏହି ସିକ୍ୟୁରିଟି ଡିଭିଜନ କମିଶନରଙ୍କ ଅଧୀନରେ କାମ କରିବ। ଭୁବନେଶ୍ୱରକୁ ପ୍ରତେକ ଦିନ ଦେଶବିଦେଶରୁ ଭିଆଇପି ଓ ଭିଭିଆଇପିମାନେ ଆସୁଛନ୍ତି, ଏଣୁ ସେମାନଙ୍କ ସୁରକ୍ଷା ଓ ଗତିବିଧି ସିକ୍ୟୁରିଟି ଡିଭିଜନ୍ ନିୟନ୍ତ୍ରଣ କରିବ।

ସେପଟେ ଜି-୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ଏହାର ସୁରକ୍ଷା ବ୍ୟବସ୍ଥା କିଭଳି ଶୃଙ୍ଖଳିତ ରହିବ ସେ ନେଇ ସମୀକ୍ଷା କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଚଳିତ ଏପ୍ରିଲ ଓ ଆସନ୍ତା ମାସରେ ଜି-୨୦ ସମ୍ମିଳନୀର କିଛି ବୈଠକ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ବେଳେ ଏଥିପାଇଁଦେଶ ବାହାରୁ ଆସୁଥିବା ଭିଆଇପିଙ୍କ ଗସ୍ତ, ସୁରକ୍ଷା ବ୍ୟବସ୍ଥା, ପାଇଲଟିଂ ବ୍ୟବସ୍ଥାର ମନିଟରିଂ ସିଷ୍ଟମ ସିକ୍ୟୁରିଟି ଡିଭିଜନ କରିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.