Latest Odisha News

BREAKING NEWS

ପ୍ରାବନ୍ଧିକ ଲକ୍ଷ୍ମଣ ସାହୁ ‘ଚିତ୍ରୋତ୍ପଳା ‘ ସମ୍ମାନରେ ସମ୍ମାନିତ

କଟକ : ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ପରମ୍ପରା ଓ ସଂସ୍କୃତି ସହ ପରିଚିତ କରୁଥିବା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପଞ୍ଚବିଂଶ ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶିଷ୍ଟ ସ୍ତମ୍ଭକାର ଲକ୍ଷ୍ମଣ ସାହୁଙ୍କୁ ତାଙ୍କର ସାରସ୍ଵତ ସାଧନା ଓ ସିଦ୍ଧିକୁ ସମ୍ମାନ ଜଣାଇ ବିଦ୍ୟା ମନ୍ଦିର ପକ୍ଷରୁ ଚିତ୍ରୋତ୍ପଳା ‘ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଜଣେ ସଫଳ ପ୍ରାବନ୍ଧିକ ଓ ସ୍ତମ୍ଭକାର ଭାବରେ ଶ୍ରୀ ସାହୁ ବେଶ୍ ସୁପରିଚିତ । ପ୍ରାଚୀନରୁ ଆଧୁନିକ ସାହିତ୍ୟ ଉପରେ ଗବେଷଣା କରୁଥିବା ବେଳେ ବିଭିନ୍ନ ପତ୍ର ପତ୍ରିକା ଓ ଦୈନିକ ଖବରକାଗଜରେ ସାଂପ୍ରତିକ ଘଟଣାବଳୀକୁ ନେଇ ତାଙ୍କର ପ୍ରସ୍ତୁତ ଆଲେଖ୍ୟ ପ୍ରକାଶ ପାଇ ଆସୁଛି । ତାଙ୍କର ‘ଓଡ଼ିଆ ଭାଷା ସାହିତ୍ୟର ସ୍ରଷ୍ଟା ସୃଷ୍ଟି ଦ୍ରଷ୍ଟା’ ପୁସ୍ତକଟି ଛାତ୍ର ମହଲରେ ବେଶ ଆଦୃତ ଲାଭ କରିଛି ।

Leave A Reply

Your email address will not be published.