Latest Odisha News

BREAKING NEWS

ବର୍ଣ୍ଣ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ

ଭାବକୁ ପ୍ରକାଶ କରିବା ପାଇଁ ଆମେ ଭାଷାର ବ୍ୟବହାର କରିଥାଉ । ସେଇଥିପାଇଁ ତ କୁହାଯାଏ, ଭାଷା ହେଉଛି ଯୋଗାଯୋଗର ମାଧ୍ୟମ । ତେବେ ଭାଷାକୁ ବ୍ୟକ୍ତ କରିବାପାଇଁ ଆମେ କେତେ ପ୍ରକାଶ ସଙ୍କେତ ବ୍ୟବହାର କରିଥାଉ । ଏହାକୁ ଆମେ ବର୍ଣ୍ଣ ବା ଅକ୍ଷର ବା ଲିପି କହୁ । ଅନ୍ୟ ଭାଷାରେ କହିଲେ, ମୁଖ୍ୟ ନିଃସୃତ ଧ୍ୱନି ହିଁ ଭାଷାରେ ବ୍ୟବହୃତ ବର୍ଣ୍ଣ । ଧ୍ୱନିର ସ୍ୱରୂପ ରୂପକ ଅଦୃଶ୍ୟ, କିନ୍ତୁ ଶ୍ରାବ୍ୟ । ଶ୍ରାବ୍ୟ ବର୍ଣ୍ଣ ଅକ୍ଷର ସଙ୍କେତ ଦ୍ୱାରା ଲିଖିତ ରୂପରେ ବର୍ଣ୍ଣମାଳାରେ ସ୍ଥାନିତ । ବର୍ଣ୍ଣ ସମୂହର ସମଷ୍ଟିରୁ ବର୍ଣ୍ଣମାଳା ଗଠିତ । ବିଭିନ୍ନ ଭାଷାରେ ବିଭିନ୍ନ ସଂଖ୍ୟକ ବର୍ଣ୍ଣ ଅଛି । ସେମାନଙ୍କର ଆକାର ଓ ଉଚ୍ଚାରଣ ମଧ୍ୟ ଭିନ୍ନ ଭିନ୍ନ । ବର୍ଣ୍ଣମାନଙ୍କୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଏ- ସ୍ୱରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣ । ଅନ୍ୟ ବର୍ଣ୍ଣର ସାହାଯ୍ୟ ନ ନେଇ ଯେଉଁ ବର୍ଣ୍ଣ ଉଚ୍ଚାରିତ ହୁଏ, ତାହା ସ୍ୱରବର୍ଣ୍ଣ ଏବଂ ଯେଉଁ ବର୍ଣ୍ଣ ସ୍ୱରବର୍ଣ୍ଣର ସାହାଯ୍ୟ ବିନା ଉଚ୍ଚାରିତ ହୋଇପାରେ ନାହିଁ, ତାହା ବ୍ୟଞ୍ଜନ ବର୍ଣ୍ଣ । ଓଡ଼ିଆ ଭାଷାରେ ଅ, ଆ, ଇ, ଈ, ଉ, ଊ, ଋ, ଏ, ଐ ,ଓ, ଔ ଏଗାରଟି ସ୍ୱରବର୍ଣ୍ଣ । ଉଚ୍ଚାରଣ ଅନୁସାରେ ସ୍ୱରବର୍ଣ୍ଣ ମାନଙ୍କୁ ଦୁଇଶ୍ରେଣୀରେ ବିଭକ୍ତ କରାଯାଏ – ହ୍ରସସ୍ୱର ଓ ଆ, ଈ, ଊ, ଏ, ଐ, ଓ, ଔ ୭ଟି ଦୀର୍ଘସ୍ୱର, ଐ ଓ ଔ କୁ ମିଶ୍ରସ୍ୱର କୁହାଯାଏ । ବିଭିନ୍ନ ଭାଷାରେ ଉଚ୍ଚାରିତ ଧ୍ୱନିଗୁଡ଼ିକୁ ଲେଖିବା ପାଇଁ ବିଭିନ୍ନ ସଙ୍କେତ ସୃଷ୍ଟି କରାଯାଇଛି, ଏହି ଧ୍ୱନି ସଙ୍କେତଗୁଡ଼ିକୁ ଆମେ ବର୍ଣ୍ଣ ବା ଲିପି କହିଥାଉ ।

ବର୍ଣ୍ଣଦ୍ୱାରା ଧ୍ୱନିଗୁଡ଼ିକ ବର୍ଣ୍ଣିତ ହୋଇଥାଏ । ବର୍ଣ୍ଣକୁ ତେଣୁ ଧ୍ୱନିର ଲିଖିତ ରୂପ କୁହାଯାଇପାରେ । ଉଚ୍ଚାରଣ ପଦ୍ଧତି ଅନୁସାରେ ବର୍ଣ୍ଣଗୁଡ଼ିକ ବର୍ଣ୍ଣମାଳାରେ ସଜାଯାଇଥାଏ ।

ଆମ ସ୍ୱରବର୍ଣ୍ଣ

ଅ, ଆ, ଇ, ଈ, ଉ, ଊ, ଋ, ଏ, ଐ, ଓ, ଔ ଚା ଧ୍ୱନି ବିଜ୍ଞାନ ଦୃଷ୍ଟିରୁ ଦେଖିଲେ ଆମ ଭାଷାରେ ଅ, ଆ, ଇ, ଉ,ଏ, ଓ- ସମୁଦାୟ ୬ଟି ସ୍ୱରଧ୍ୱନି ।

ଆମ ବ୍ୟଞ୍ଜନବର୍ଣ୍ଣ

କ, ଖ, ଗ, ଘ, ଙ, ଚ, ଛ, ଜ, ଝ, ଞ, ଟ, ଠ, ଡ, ଡ଼, ଢ, ଢ଼, ଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ, ଯ, ଯ, ର, ଳ, ଲ, ୱ, ଶ, ଷ, ସ, ହ ।

ବ୍ୟଞ୍ଜନ ବର୍ଣ୍ଣ
ବର୍ଗ୍ୟ ଅବର୍ଗ୍ୟ
କ, ଖ, ଗ, ଘ, ଙ, ଯ, ର, ଳ, ଲ, ୱ, ଶ, ଷ, ସ, ହ ଚ, ଛ, ଜ, ଝ, ଞ, ଟ, ଠ, ଡ, ଢ, ଣ ଼ ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ

ବର୍ଣ୍ଣର ଅର୍ଥ ଅକ୍ଷର । ଆମେ କହୁ, ବର୍ଣ୍ଣଜ୍ଞାନ ଅକ୍ଷର ପରିଚୟ । ବର୍ଣ୍ଣମାଳା ଭାଷାରେ ବ୍ୟବହାର ହେଉଥିବା ଅକ୍ଷର ସମୂହ ବା ଅକ୍ଷରମାଳା, ବର୍ଣ୍ଣମାଳାର ଲିଖନରୂପ ବର୍ଣ୍ଣଲିପି ।ଧ୍ୱନିମାନଙ୍କର ଲିଖିତ ରୂପ ବର୍ଣ୍ଣ । ବର୍ଣ୍ଣର ଅନ୍ୟନାମ ଅକ୍ଷର ।

କ୍ରମଶଃ

Leave A Reply

Your email address will not be published.