Latest Odisha News

BREAKING NEWS

ଶୀତଦିନେ ଶିଶୁର ଯତ୍ନ….

ଶୀତଦିନେ ବହୁଥିବା ଶୀତୁଆ ପବନ ତ୍ୱଚାକୁ ରୁକ୍ଷ କରିଦେଇଥାଏ  । ଥଣ୍ଡା ପବନ ସାଙ୍ଗକୁ ବାୟୁମଣ୍ଡଳରେ ଆର୍ଦତାର ପରିମାଣ କମି ଯାଉଥିବାରୁ ତ୍ୱଚା ଡ୍ରାଏ ହୋଇଯାଏ  । ତେଣୁ ଏହି ସମୟରେ କୋମଳମତି ଶିଶୁମାନଙ୍କର ଅଧିକ ମାତ୍ରାରେ ଯତ୍ନ ନେବା ଆବଶ୍ୟକ ହୋଇଥାଏ   । ଏହି ସମୟରେ ଶିଶୁମାନଙ୍କ ମଧ୍ୟରେ ଦେଖାଯାଉଥିବା ରୁକ୍ଷତାର କାରଣ…

ସାଧାରଣତଃ ଶିଶୁମାନେ ଡାଇପର ପିନ୍ଧିଥାଆନ୍ତି  । ଯଦି ସେମାନେ ଦରକାରୀଠାରୁ ଅଧିକ ବଡ଼ ମାପର ଡାଇପର୍‌ ପିନ୍ଧାଇ ଦିଆଯାଏ, ତା’ ହେଲେ ତାହା ଘଷି ହୋଇ ଖଣ୍ଡିଆ ହେଶଇଯାଏ  । ଏପରିକି ଘରେ ତିବା ସମୟରେ ଶିଶୁକୁ ଡାଇପର ନ ପିନ୍ଧାଇଲେ ତ୍ୱଚା ନରମ ରହିବ  ।

ଶୀତଦିନେ ସାଧାରଣତଃ ଶିଶୁକୁ ଥଣ୍ଡା ଧରିବା ଫଳରେ ନାକକୁ ବାରମ୍ବାର ପୋଛିବାକୁ ହୋଇଥାଏ  । ଯାହାଫଳରେ ନାକ ଲାଲ୍‌ ହୋଇ ଖଣ୍ଡିଆ ହେବାର ସମ୍ଭାବନା ମଧ୍ୟ ଥାଏ  । ଏପରିକି ଥଣ୍ଡା ପବନ ବାଜି ଶିଶୁର ଗାଲ ରୁକ୍ଷ ଦେଖାଯିବା ସହିତ ଲାଲ୍‌ ଦେଖାଯାଇଥାଏ  ।

ଏସବୁରୁ ଶିଶୁକୁ ବଞ୍ଚେଇ ରଖିବାକୁ ହେଲେ ବଜାରରୁ ଭଲ ତେଲ ଆଣି ପୁରା ଦେହରେ ମାଲିସ୍‌ କରନ୍ତୁ । ଶୀତଦିନେ ୨/୩ ଥର ତେଲ ମାଲିସ କରନ୍ତୁ  । ଯାହାଫଳରେ ତ୍ୱଚା ନରମ ଓ କୋମଳ ରହିବ  । ଶୀତଦିନରେ ଶିଶୁକୁ ଉଷୁମ ପାଣିରେ ଗାଧୋଇ ଦିଅନ୍ତୁ  । ଏପରିକି ପ୍ରତିଦିନ ମୁଣ୍ଡ ଧୁଅନ୍ତୁ ନାହିଁ  । ଅଲିଭ୍‌ ଅଏଲ୍‌ ଓ ଆଲ୍‌ମଣ୍ଡ୍‌ ଅଏଲ୍‌ ମିଶିଥିବା ମଶ୍ଚରାଇଜର,ଗାଧୋଇବା ପାଣିରେ ମେଥି, ସୋରିଷ ଆଦି ପକାଇଲେ ତାହା ଶିଶୁ ଦେହରେ ଥିବା ପ୍ରାକୃତିକ ତୈଳକୁ ବଜାୟ ରଖିବାରେ ସହୟକ ହେବ

Leave A Reply

Your email address will not be published.